ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ ଭାଷଣରେ କରୋନା ଟୀକାକୁ ନେଇ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି, ଆମ ନିକଟରେ ଦୁଇଟି ଟୀକା ଉପଲବ୍ଧ ଅଛି ଏବଂ ଆଉ ଦୁଇଟି ଟୀକା ବହୁତ ଶୀଘ୍ର ଆସିବ ।
ଅର୍ଥମନ୍ତ୍ରୀଙ୍କ ଏହି ଘୋଷଣାରେ ଦେଶରେ କରୋନା ଟୀକାକରଣ କାର୍ଯ୍ୟକ୍ରମ ଦ୍ରୁତ ଗତିରେ ଚାଲିବ । ବର୍ତ୍ତମାନ ଦେଶରେ ସେରମ ଇଂଷ୍ଟିଚ୍ୟୁଟର କୋଭିସିଲ୍ଡ ଏବଂ ଭାରତ ବାୟୋଟେକ ର କୋଭାକ୍ସିନ ଉପଲବ୍ଧ ଅଛି । ଏହି ଦୁଇଟି ଟୀକା ଯୋଗେ ଦେଶରେ ଟୀକାକରଣ ଚାଲିଛି ।
ବଜେଟ ଭାଷାଣ ସମୟରେ ସୀତାରମଣ କହିଛନ୍ତି କି, ମହାମାରୀ କରୋନା ସମୟରେ ସରକାର ରୂପେ ଆମେ ପ୍ରତ୍ୟେକ ସ୍ଥିତି ଉପରେ ନଜର ରଖିଛୁ ।