ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବଜେଟ ପ୍ରସ୍ତୁତ କରିବା ପୂର୍ବରୁ ଅର୍ଥମନ୍ତ୍ରୀ ଦେଶର ସମସ୍ତ ପ୍ରମୁଖ ବିଭାଗରେ ଥିବା ଲୋକଙ୍କ ରାୟ ନେବେ । ଉଦ୍ୟୋଗ ବିଭାଗ ଓ କୃଷି ବିଭାଗ , ବିଭିନ୍ନ ପ୍ରକାରର କାର୍ଯ୍ୟରେ ଯୋଡି ହୋଇଥିବା ସଂଗଠନ, ରାଜନିତୀ ଦଳ ଆଦି ସମସ୍ତେ ଅର୍ଥ ମନ୍ତ୍ରୀଙ୍କ ସାମ୍ନାରେ ନିଜର ମତବ୍ୟକ୍ତ କରିବେ । କାହିକିଁନା ବଜେଟ ଆରମ୍ଭ ହେବା ପୂର୍ବରୁ ଅର୍ଥମନ୍ତ୍ରୀ ସମସ୍ତଙ୍କ ରାୟ ନେଇ ଥାଆନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ଶୀତାରମଣ ଆଜି ବଜେଟର ପ୍ରସ୍ତୁତି ପାଇଁ ବିଭିନ୍ନ ବିଭାଗର ମୁଖ୍ୟ ବକ୍ତାଙ୍କ ସହିତ ସାକ୍ଷାତକାର କରି ବଜେଟ ବିଷୟରେ କଥାବାର୍ତ୍ତା କରିବେ । ଏହି ବୈଠକ ଭର୍ଚୁଆଲି ହେବ ।
ଅର୍ଥମନ୍ତ୍ରୀ ରବିବାର ଦିନ ଟ୍ୱିଟ୍ କରି ଏହି ସୂଚନା ଦେଇଥିଲେ । କରୋନା ମହାମାରୀ ପାଇଁ ଏହି ବର୍ଷ ବଜେଟ ପୂର୍ବରୁ ହେବାକୁ ଥିବା ସଭା ଅନଲାଇନ କରାଯିବ । ସରକାର ସାଧାରଣ ଜନତାଙ୍କ ଠାରୁ ମଧ୍ୟ ତାଙ୍କର ମତାମତ ମାଗିଥିଲେ ।୨୦୨୧ – ୨୨ ର ସାଧାରଣ ବଜେଟ ପେବୃୟାରୀ ମାସରେ ଉପସ୍ଥାପନା କରାଯାଇପାରେ ।
ବଜେଟ ପ୍ରସ୍ତୁତ ହେବା ପୂର୍ବରୁ ଅର୍ଥମନ୍ତ୍ରୀ ଦେଶର ପ୍ରମୁଖ ସେକ୍ଟରର ଲୋକଙ୍କ ମନ୍ତବ୍ୟ ନେଇ ଥାଆନ୍ତି । ଏହି ଭଳି ସବୁ ପକ୍ଷରୁ ମନ୍ତବ୍ୟ ନିଆଯାଏ, ପ୍ରଧାନ ମନ୍ତ୍ରୀ, ବିଭିନ୍ନ ମନ୍ତ୍ରାଳୟ ଏବଂ ମନ୍ତ୍ରୀମଣ୍ଡଳର ପରାମର୍ଶ ନେବା ପରେ ଅର୍ଥ ମନ୍ତ୍ରୀ ବଜେଟ ପ୍ରସ୍ତୁତ କରିଥାଆନ୍ତି ।
ସରକାର ଦେଶର ସବୁ ନାଗରିକଙ୍କୁ ବଜେଟ ବିଷୟରେ ନିଜର ମତ ଦେବା ପାଇଁ ଏକ ମଞ୍ଚ ଦେଇଥିଲେ । ସରକାର – ମୋ ସରକାର MyGov ନାମକ ଏକ ପ୍ଲାଟଫର୍ମ ଉପରେ ବଜେଟ ପାଇଁ ଏକ ମାଇକ୍ରୋସାଇଟ(ଅନଲାଇନ ପୋର୍ଟାଲ) ଲଞ୍ଚ କରିଥିଲେ, ଯେଉଁଥିରେ ବଜେଟ ବିଷୟରେ ଲୋକଙ୍କ ଠାରୁ ତାଙ୍କର ମତାମତ ମଗାଯାଇଥିଲା । ଏହି ପୋର୍ଟାଲରେ ନିଜର ମତ ଦେବାର ଶେଷ ତାରିଖ ଥିଲା ୩୦ ନଭେମ୍ବର , ୨୦୨୦ ।
କ’ଣ ଅଟେ ବଜେଟ ?
କହିବାକୁ ଗଲେ ସରକାର ପ୍ରତି ବର୍ଷ , ଖାସକରି ଫେବୃୟାରୀ ୧ ରେ ଦେଶର ବଜେଟ ଉପସ୍ଥାପନା କରିଥାଆନ୍ତି । ବଜେଟରେ ସେହି ବର୍ଷର ଅର୍ଥାତ୍ ,ଏପ୍ରିଲ ଠାରୁ ଆରମ୍ଭ କରି ଆସନ୍ତା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସରକାରଙ୍କର ଆମଦାନୀ କେଉଁଠାରୁ ହେବ ଓ ଟଙ୍କା କେଉଁଠାରୁ ଆସିବ , କେତେ ମାତ୍ରାରେ ଟଙ୍କା ଆସିବ ଓ କେଉଁ ସ୍ତରରେ କେତେ ଖର୍ଚ୍ଚ ହେବ , ଏହି ସବୁ ବଜେଟରେ ଆଲୋଚନା ହୋଇଥାଏ ।
ଖାସକରି ମଧ୍ୟବିତ୍ତ ପରିବାର ଲୋକଙ୍କ ବଜେଟ ପାଇଁ ସମସ୍ତେ ଅପେକ୍ଷା କରିଥାଆନ୍ତି , କାରଣ ତାଙ୍କୁ ଇନକମ ଟ୍ୟାକ୍ସରେ ସରକାରଙ୍କ ଠାରୁ ରିହାତି ମିଳିବାର ଆଶା ରହିଥାଏ । ବଜେଟରେ ହିଁ ଏହା ଆଲୋଚନା କରାଯାଇଥାଏ ଯେ ଆସନ୍ତା ବର୍ଷ ପାଇଁ ଟ୍ୟାକ୍ସ ସ୍ଲେବ ବା ଟ୍ୟାକ୍ସ କେତେ ରହିବ । ଏବା ବ୍ୟତିତ ଅନେକ ପ୍ରକାରର ଟ୍ୟାକ୍ସେଜରୁ ଜଣା ପଡିଥାଏ ଯେ କେଉଁ ଜିନିଷ ଆଗକୁ ସସ୍ତା ହେବ ଓ କେଉଁ ଜିନିଷ ମହଙ୍ଗା ।