ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜି ସଂସଦରେ ଏବର୍ଷର ପ୍ରଥମ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ତେବେ ଏହି ଅବସରରେ ଆଜି ସେଣ୍ଟ୍ରାଲ ହଲରେ ଉଭୟ ଗୃହକୁ ସମ୍ବୋଧନ କରିଛନ୍ତିୂ ରାଷ୍ଟ୍ରପତି ।ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ ପୁରଣ କରିବା ପାଇଁ ସିଏଏ ପାରିତ ହୋଇଛି । ତେବେ ବିରୋଧ କରି ହିଂସା ସୃଷ୍ଟି କରିବା ସମାଜ ଓ ଦେଶକୁ ଦୂର୍ବଳ କରିଥାଏ । ସେହିଭଳି ଅର୍ଥନୀତିକୁ ନେଇ କହିଛନ୍ତି ଏବେ ବିଶ୍ୱ ଅର୍ଥନୀତି ହ୍ରାସ ପାଉଥିବା ବେଳେ ଏବେ ଭାରତର ଅର୍ଥନୀତି ବୃଦ୍ଧି ପାଉଛି । ୫ ଟ୍ରିଲିୟନ୍ ଡଲାର୍ ଅର୍ଥନୀତି ହାସଲ କରିବାକୁ ସରକାର ପ୍ରତିବଦ୍ଧ।
ମେକ୍ ଇନ୍ ଇଣ୍ଡିଆରେ ସରକାର ରେଳବାଇ ଉପରେ ଧ୍ୟାନ ଦେଉଛନ୍ତି। ତେଜସ୍ ଏବଂ ବନ୍ଦେ ଭାରତ ଟ୍ରେନ୍ ଏହାର ଉଦାହରଣ। ସୂଚନାଯୋଗ୍ୟ ଏଥର ବଜେଟ ଅଧିବେଶନ ୨ ଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇ ଫେବୃଆରୀ ୧୧ ରେ ଶେଷ ହେବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ମାର୍ଚ୍ଚ ୨ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ କରାଯିବ । ତେବେ ଆଜି ପ୍ରଧାନମନ୍ତ୍ରୀ ମୋଦି ସଂସଦକୁ ଯିବା ପୂର୍ବରୁ କହିଛନ୍ତି ଏହି ଅଧିବେଶନରେ ମୁଖ୍ୟତଃ ଅର୍ଥନୀତି ସମସ୍ୟା ଉପରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ।