ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ବୁଲେଟ ଟ୍ରେନ୍ ର ନେଟୱର୍କ ବଢିବାକୁ ଯାଉଛି । ଭାରତୀୟ ରେଲୱେ ପକ୍ଷରୁ ହାଇ ସ୍ପିଡ ବୁଲେଟ ଟ୍ରେନ୍ ପାଇଁ ୭ଟି ନୂତନ ରୁଟ୍ସ ଚିହ୍ନଟ କରାଯାଇଛି । ଏଥିପାଇଁ ବହୁତ ଶୀଘ୍ର ରେଲୱେ ଏବଂ ଭାରତୀୟ ରାଷ୍ଟ୍ରୀୟ ହାଇୱେ ଅଇରିଟି ମିଳିତ ଭାବେ ଜମି ଅଧିଗ୍ରହଣ ର କାର୍ଯ୍ୟ ଆରମ୍ଭ କରିବେ ।
କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡକରୀଙ୍କ ଅଧ୍ୟକ୍ଷତାରେ ନିକଟରେ ହୋଇଥିବା ବୈଠକରେ ଜମି ଅଧିଗ୍ରହଣ କାମ ଆରମ୍ଭ କରିବା ପାଇଁ ନିଷ୍ପତି ନିଆଯାଇଛି । ଏଥିପାଇଁ ୪ ଜଣିଆ ସମିତି ଗଠନ କରାଯାଇଛି । ଟ୍ରେନ୍ ଟି ହାଇସ୍ପିଡ କରିଡୋର ରେ ପ୍ରତିଘଣ୍ଟାରେ ୩୦୦ କିଲୋମିଟର ବେଗରେ ଦୌଡିପାରେ । ସେହିପରି ସେମିହାଇସ୍ପିଡ କରିଡୋରରେ ଟ୍ରେନ୍ ଟି ଘଣ୍ଟାପ୍ରତି ୧୬୦ କି.ମି ବେଗରେ ଦୌଡି ପାରିବ ।
ଏହି ସମ୍ବନ୍ଧରେ ରେଲୱେ ବୋର୍ଡ ପକ୍ଷରୁ ଏନଏଚଏଆଇ କୁ ଚିଠି ଲେଖାଯାଇ ଏହି ୭ ହାଇସ୍ପିଡ କରିଡୋର ବିଷୟରେ ବିବରଣୀ ଦିଆଯାଇଛି । ଏବେ ଏହାର ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତି ଚାଲିଛି ।
ଭାରତର ପ୍ରଥମ ବୁଲେଟ ଟ୍ରେନ୍ ଉପରେ ଜୋରସୋରରେ କାମ ଚାଲିଛି । ଅହମଦାବାଦରୁ ମୁମ୍ବାଇ ମଧ୍ୟରେ ଚାଲିବାକୁ ଥିବା ଏହି ଟ୍ରେନ୍ ଡିସେମ୍ବର ୨୦୨୩ ରେ ଆରମ୍ଭ ହେବାର ସମ୍ଭାବନା ରହିଛି ।
ଏହି ସାତଟି ରୁଟ୍ ରେ ଦୌଡିବ ବୁଲେଟ୍ ଟ୍ରେନ୍
– ଦିଲ୍ଲୀରୁ ବାରଣାସୀ (ଭାୟା ନୋଏଡା, ଆଗ୍ରା, ଲକ୍ଷେ୍ନø)
– ବାରଣାସୀରୁ ହାୱଡା ଭାୟା ପାଟଣା
– ଦିଲ୍ଲୀରୁ ଅହମଦାବାଦ ଭାୟା ଜୟପୁର ଏବଂ ଉଦୟପୁର
– ଦିଲ୍ଲୀରୁ ଅମୃତସର ଭାୟା ଚଣ୍ଡିଗଡ , ଲୁଧିୟାନା ଏବଂ ଜଳନ୍ଧର
– ମୁମ୍ବାଇରୁ ନାଗପୁର ଭାୟା ନାସିକ
– ମୁମ୍ବାଇରୁ ହାଇଦ୍ରାବାଦ ଭାୟା ପୁଣେ
– ଚେନ୍ନାଇରୁ ମସୁର ଭାୟା ବେଙ୍ଗାଲୁର