ଫିରୋଜାବାଦ (ଏଟିଆର ବ୍ୟୁରୋ): ଗତକାଲି ରାତିରେ ଫିରୋଜାବାଦରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ହୋଇଛି । ଏକ ବସ ଓ ଟ୍ରକ ଧକ୍କାରେ ୧୪ ଜଣଙ୍କ ଜୀବନ ଚାଲିଯାଇଛି । ସୂଚନା ଅନୁସାରେ ଗତକାଲି ରାତିରେ ଆଗ୍ରା – ଲକ୍ଷ୍ନୌ ଏକ୍ସପ୍ରେସ ୱେର ଭାଦନରେ ରାସ୍ତାରେ ଏହି ଦୂର୍ଘଟଣା ହୋଇଛି । ଗତକାଲି ରାତି ୧୦ ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଗ୍ରସ୍ତ ହୋଇଥିବା ନାଇଟ କୋଚ ବସ ଦିଲ୍ଲୀରୁ ବିହାର ଯାଉଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି ।
ଦୁର୍ଘଟଣା ସମୟରେ ବସରେ ୪୦ ରୁ ୪୫ ଜଣ ଯାତ୍ରୀ ରହିଥିଲେ । ଏଥିରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଦୁର୍ଘଟଣାର କାରଣ ଏଯାବତ ସ୍ପଷ୍ଟ ହୋଇନାହିଁ । ତେବେ ଦୁର୍ଘଟଣାରୁ ଯାହା ଜଣା ପଡୁଛି ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ୱେର ଭାଦନରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ବସ୍ଟି ପଛପଟୁ ଧକ୍କା ଦେଇଥିଲା।ଆହତ ମାନଙ୍କୁ ସାଇଫାଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।