ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସ୍ମାର୍ଟଫୋନ କମ୍ପାନୀ ସାଓମୀ ତାର ରେଡମୀ ସିରିଜ୍ ଅନେକ ଫୋନ୍ ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି । ମିଡିଆ ରିପୋର୍ଟରୁ ଜାଣିବାକୁ ମିଳିଛି କି କମ୍ପାନୀ ରେଡମୀ ନୋଟ୍ ୧୧ ଏସଇ ନାମରେ ଆଉ ଏକ ନୂତନ ସ୍ମାର୍ଟଫୋନ ବହୁତ ଶୀଘ୍ର ଲଞ୍ଚ କରିବା ପାଇଁ ପ୍ରସ୍ତୁତ କରୁଛି । ଏହାସହିତ ରିପୋର୍ଟରେ ଫୋନର କିଛି ଫିଚର୍ସ ସାମ୍ନାକୁ ଆସିଛି ।
– ରେଡମୀ ନୋଟ୍ ୧୧ ଏସଇ ଫୋନରେ ୬.୪୩ ଇଂଚର ଫୁଲ ଏଚଡି ପ୍ଲସ ସୁପର ଏମୋଲେଡ ଡିସପ୍ଲେ ଦିଆଯାଇପାରେ ।
– ଏଥିରେ କମ୍ପାନୀ ମିଡିଆ ଟେକ ହେଲିଓ ି୯୫ ଅକ୍ଟା କୋର ପ୍ରୋସେସର ଲଗାଇପାରେ ।
– ରେଡମୀ ନୋଟ ୧୧ ଏସଇ ରେ କ୍ୱାଡ କ୍ୟାମେରା ସେଟଅପ ଦିଆଯାଇପାରେ । ଏଥିରେ ୬୪ ଏମପିର ମେନ୍ ବ୍ୟାକ କ୍ୟାମେରା , ୮ ଏମପିର ଅଲ୍ଟ୍ରା ୱାଇଡ ଆଙ୍ଗେଲ କ୍ୟାମେରା, ୨ ଏମପିର ଡେପ୍ଥ କ୍ୟାମେରା, ୨ ଏମପି ମାକ୍ରୋ କ୍ୟାମେରା ସାଙ୍ଗକୁ ୧୩ ଏମପି ର ଫ୍ରଣ୍ଟ କ୍ୟାମେରା ଆସିପାରେ ।
– କମ୍ପାନୀ ଏହି ଫୋନରେ ୮ଜିବି ର୍ୟାମ ଏବଂ ୧୨୮ଜିବି ଇଂଟରନାଲ ଷ୍ଟୋରେଜ ଦେଇପାରେ ।
– କମ୍ପାନୀ ଏହି ଫୋନକୁ ଆଣ୍ଡ୍ରୋଏଡ ୧୧ ବା ୧୨ ମଧ୍ୟରେ କୋøଣସି ଗୋଟେ ସହ ଲଞ୍ଚ କରିପାରେ ।
– ଏଥିରେ ଫିଙ୍ଗରପ୍ରିଣ୍ଟ ସେଂସର, ଡୁଆଲ ସିମ୍, ୩.୫ ଏମଏମ ଜ୍ୟାକ, ୱାଇଫାଇ, ବ୍ଲୁଟୁଥ ଭଳି ସମସ୍ତ ଫିଚର୍ସ ମିଳିପାରେ ।