ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜୁନ୍ ପହିଲାରୁ ଗ୍ରାହକଙ୍କୁ ଆଶ୍ୱସ୍ତି । କମିଲା କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦାମ୍ । ୧୯ କେଜି ସିଲିଣ୍ଡର ଦାମ୍ ରେ ୮୩.୫୦ ଟଙ୍କା ହ୍ରାସ କରିଛି କମ୍ପାନୀ । ଏହାପରେ ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦାମ୍ ୧୭୭୩ ଟଙ୍କା ହୋଇଛି ।
ସକରାରୀ ତୈଳ ଗ୍ୟାସ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ଦିନରେ ରନ୍ଧନ ଗ୍ୟାସ ମୂଲ୍ୟ ପରିବର୍ତ୍ତନ କରନ୍ତି । ପ୍ରତ୍ୟେକ ମାସ ଭଳି ଜୁନ୍ ମାସ ପହିଲାରେ ଏଲପିଜି ସିଲିଣ୍ଡରର ମୂଲ୍ୟ ସଂଶୋଧିତ ହୋଇଛି ।