ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଧାର କାର୍ଡକୁ ନେଇ ଭାରତରେ କିଛି ନା କିଛି ହଡକମ୍ପ ଦେଖାଦେଇଛି । କିଛି ଦିନ ପୂର୍ବରୁ ଏକ ରିପୋର୍ଟରେ ଦାବି କରାଯାଇଥିଲା କି ଝାରଖଣ୍ଡ ସରକାରଙ୍କ ପକ୍ଷରୁ ଏକ ହଜାର ଶ୍ରମିକଙ୍କର ଆଧାର ଡାଟା ସରକାରୀ ୱେବସାଇଟରେ ସାର୍ବଜନିକ କରାଯାଇଛି । ମାତ୍ର ଏବେ ଭାରତୀୟ ଗ୍ୟାସ ଏଜେନ୍ସି ଏକ ଲକ୍ଷ ଗ୍ରାହକଙ୍କ ଆଧାର ଡାଟାକୁ ଲିକ୍ କରି ଦେଇଥିବାର ଏକ ଫ୍ରେଞ୍ଚ ସିକ୍ୟୁରିଟି ରିସର୍ଚ୍ଚ ପକ୍ଷରୁ ଦାବି କରାଯାଇଛି ।
ଏହାର ଖୁଲାସା ଏକ ରିପୋର୍ଟ ଜରିଆରେ ବାପଟିଷ୍ଟ ରୋବର୍ଟ କରିଛନ୍ତି । ତାଙ୍କ ମତରେ ୬.୭ ମିଳିୟନ ମାନେ ୬୭ ଗ୍ରାହକଙ୍କ ଡାଟା ଲିକ୍ ହୋଇ ଯାଇଛି । ଏଥିରେ ଗ୍ରାହକଙ୍କ ନାମ, ଠିକଣା, ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ସବିଶେଷ ତଥ୍ୟ ରହିଛି । ହୁଏତ ସମସ୍ତ ଗ୍ରାହକମାନଙ୍କର ଠିକଣା ପର୍ଯ୍ୟନ୍ତ ପହଁଚିବା ପୂର୍ବରୁ ରିସର୍ଚ୍ଚର ଆଇପି ଆଡ୍ରେସକୁ କମ୍ପାନୀ ବ୍ଲକ କରି ଦେଇଛି ।
ପ୍ରକୃତରେ ଏହି ଡାଟା ଲିକ୍ ସ୍ଥାନୀୟ ଡିଲରର ପୋର୍ଟାଲରୁ ହିଁ ହୋଇଛି । ଏଥିରେ ୧୧ ହଜାର ଡିଲର୍ସଙ୍କର ଠିକଣା ସାମ୍ନାକୁ ଆସିଛି । ଏବେ ଏହି ଆଇପି ଆଡ୍ରେସକୁ ଇଣ୍ଡେନ କମ୍ପାନୀ ବ୍ଲକ କରିଦେଇଛି । ଏହି ଡାଟଶ ଲିକ୍ ରେ ୯୪୯୦ ଡିଲର ଏବଂ ୫,୮୨୬,୧୧୬ ଗ୍ରାହକଙ୍କର ବ୍ୟକ୍ତିଗତ ସୂଚନା ବଜାରରେ ବୁଲିପାରେ । ହୁଏତ ଏପର୍ଯ୍ୟନ୍ତ ଏହି ମାମଲାରେ ଇଣ୍ଡିଆନ୍ ଗ୍ୟାସ ଏବଂ ୟୁଆଇଡିଏଆଇ ପକ୍ଷରୁ କୌଣସି ବୟାନ ଆସି ନାହିଁ ।