ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଢିଚାଲିଛି କରୋନା ସଙ୍କଟ । ଏଥିପାଇଁ ଦେଶବ୍ୟାପୀ ୨୧ ଦିନିଆ ଲକ୍ ଡାଉନ ଘୋଷଣା କରାଯାଇଛି । ଏନେଇ ସମସ୍ତ ଘରୋଇ କମ୍ପାନୀ ଗୁଡିକ ସେମାନଙ୍କ କର୍ମଚାରୀଙ୍କୁ ଘରେ ରହି କାମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଟେଲିକମ୍ କମ୍ପାନୀ ପକ୍ଷରୁ ଏୟାରଟେଲ ଏକ ଶସ୍ତା ଆଡ ଅନ୍ ପ୍ଲାନ ଲଞ୍ଚ କରାଯାଇଛି । କେବଳ ପୋଷ୍ଟପେଡ ଗ୍ରାହକଙ୍କ ପାଇଁ ଏହି ପ୍ଲାନ୍ ରେ କେବଳ ଡାଟା ହିଁ ମିଳିବ । ବୈଧତା ଏବଂ କଲିଂ ଭଳି କୌଣସି ସୁବିଧା ନାହିଁ ।
ଶହେ ଟଙ୍କିଆ ଏହି ପ୍ଲାନ୍ ରେ ଗ୍ରାହକଙ୍କୁ ୧୫ ଜିବି ଡାଟା ମିଳିବ । ଏହି ପ୍ଲାନ୍ ଖାସ୍ କରି ସେହି ଲୋକଙ୍କ ପାଇଁ ଲଞ୍ଚ କରାଯାଇଛି । ଯାହାଙ୍କ ପାଖରେ ପୋଷ୍ଟପେଡ କନେକ୍ସନ ଅଛି ଏବଂ ସେମାନେ ଘରେ ବସି ଅଫିସ କାମ କରୁଛନ୍ତି । ଏହାବ୍ୟବତିତ କମ୍ପାନୀ ପକ୍ଷରୁ ୨୦୦ ଟଙ୍କିଆ ପ୍ଲାନ ବି ଲଞ୍ଚ କରାଯାଇଛି । ଯେଉଁଥିରେ ୩୫ ଜିବି ଡାଟା ମିଳିବ । ଏହି ଡାଟା ପ୍ଲାନକୁ ଗ୍ରାହକ ଏୟାରଟେଲ ଥ୍ୟାଂକ୍ସ ଆପ୍ସ ର ମ୍ୟାନେଜ ସର୍ଭିସ ଆକ୍ସନକୁ ଯାଇ ଆକ୍ଟିଭ୍ କରିପାରିବେ ।