ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିକଟରେ ଟେଲିକମ କମ୍ପାନୀ ଗୁଡିକ ସେମାନଙ୍କର ପ୍ରିପେଡ ପ୍ଲାନର ଦାମ୍ ବୃଦ୍ଧି କରି ଗ୍ରାହକଙ୍କୁ ଝଟକା ଦେଇଥିଲେ । ଏବେ ପୁଣି ଗ୍ରାହକଙ୍କୁ ଆଉ ଏକ ଝଟକା ଦେବାକୁ ପ୍ରସ୍ତୁତ କମ୍ପାନୀ । ଏକ ରିପୋର୍ଟ ମୁତାବକଳ ଟେଲିକମ କମ୍ପାନୀ ଏବେ ପୋଷ୍ଟପେଡ୍ ପ୍ଲାନ୍ ର ଦାମ ବୃଦ୍ଧି ଉପରେ ବିଚାର କରୁଛନ୍ତି । ଏଭଳି ହେବା ଦ୍ୱାରା ଏୟାରଟେଲ, ଭୋଡାଫୋନ, ଆଇଡିଆ ସେବା ଉପଯୋଗ କରୁଥିବା ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ଆହୁରି ସମସ୍ୟା ବଢିପାରେ ।
ଟେଲିକମ କମ୍ପାନୀ ଭାରତୀ ଏୟାରଟେଲ , ଭୋଡାଫୋ. ଆଇଡିଆ ସମେତ ଜିଓ ଗତମାସରେ ପ୍ରିପେଡ ଟାରିଫ ପ୍ଲାନ୍ ରେ ବୃଦ୍ଧି କରାଇଥିଲେ । ଏହାର ଆରମ୍ଭ ଏୟାରଟେଲ କରାଇଥିଲା । ଏୟାର ତାର ପ୍ରିପେଡ ପ୍ଲାନ୍ ର ଦାମ୍ ରେ ୨୦ ରୁ ୨୫ ପ୍ରତିଶତ ବୃଦ୍ଧି କରିଥିଲା । ଏହାପରେ ଭୋଡାଫୋନ ଆଇଡିଆ ମଧ୍ୟ ଟାରିଫ ପ୍ଲାନରେ ୨୫ ପ୍ରତିଶତ ବୃଦ୍ଧି କରିଥିଲେ । ଶେଷରେ ଜିଓ ମଧ୍ୟ ଏଥିରେ ସାମିଲ ହୋଇଥିଲା । ଜିଓ ତାର ପ୍ରିପେଡ ପ୍ଲାନର ଦାମ୍ ରେ ୨୦ ପ୍ରତିଶତ ବୃଦ୍ଧି କରିଥିଲା ।