ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସବୁଠାରୁ ଦାମୀ ଫୋନ ଭାବରେ ଜଣାଶୁଣା ମୋବାଇଲ ଫୋନ କମ୍ପାନୀ ଆପେଲ ନିଜର ଆଇଫୋନସ୍ ଗୁଡିକର ଦାମ ଆହୁରି ବଢାଇଛି ।
ସୂଚନା ଅନୁସାରେ ଭାରତରେ ଆପେଲ ନିଜର କିଛି ଆଇଫୋନସ୍ ଗୁଡିକର ଦାମ୍ ବୃଦ୍ଧି କରିଛି । ତେବେ ଆପେଲ କମ୍ପାନୀ ଏହାକୁ ଭାରତର ବଜେଟ ୨୦୨୦ର ପ୍ରଭାବ ବୋଲି କହିଛି ।
ଚଳିତ ବର୍ଷର ବଜେଟରେ ଭାରତର ଇମ୍ପୋର୍ଟ ଟ୍ରାକ୍ସକୁ ବୃଦ୍ଧି କରାଯାଇଛି, ଫଳରେ ଆପେଲ କମ୍ପାନୀ ଭାରତରେ ନିଜ ଆଇଫୋନସ୍ ଗୁଡିକର ମୂଲ୍ୟ ବୃଦ୍ଧି କରିଛି ।
ଭାରତରେ ଆପେଲ ନିଜର iphone 11 pro Max, iphone 11 pro ଓ iphone 8 ର ଦାମ୍ ବୃଦ୍ଧି କରିଛି । ପୂର୍ବରୁ iphone 11 pro Max ର ମୂଲ୍ୟ ୧,୦୯,୦୦୦ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହି ମୂଲ୍ୟ ବଢି ୧,୨୫,୦୦୦ରେ ପହଞ୍ଚିଛି ।
ଏଥି ସହିତ ଆହୁରି ଅନେକ ଟପ ମଡେଲ ଗୁଡିକର ମଧ୍ୟ ଦାମ୍ ବୃଦ୍ଧି ହୋଇଛି ।