ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆପଲ କମ୍ପାନୀ ତାର ଆଇଫୋନ ୧୨ ଏବଂ ଆଇଫୋନ ୧୨ ପ୍ରୋ ର ବିକ୍ରି ଆଜିଠାରୁ ଭାରତରେ ଆରମ୍ଭ କରିଦେଇଛି । ଏହି ଫୋନକୁ ଅନଲାଇନ ଆପଲ ଷ୍ଟୋର ଏବଂ କମ୍ପାନୀର ରିଟେଲ ଷ୍ଟୋରରୁ କିଣି ପାରିବେ ଗ୍ରାହକ । ଯେଉଁ ଗ୍ରାହକମାନେ ଏହି ଫୋନର ଯେକୌଣସି ମଡେଲ ଅକ୍ଟୋବର ୨୩ରେ ପ୍ରି-ବୁକ କରିଥିଲେ ସେମାନଙ୍କୁ ଏହାର ଡେଲିଭରି ଆଜିଠୁ ଆରମ୍ଭ କରାଯିବ ।
ଆଇଫୋନ ୧୨ ର ୬୪ଜିବି ଭ୍ୟାରିଏଣ୍ଟର ଦାମ ୭୯,୦୦୦ ଟଙ୍କା ରହିଥିବା ବେଳେ ୧୨୮ଜିବି ଭ୍ୟାରିଏଣ୍ଟର ଦାମ ୮୪,୯୦୦ ଟଙ୍କା ରହିଛି । ସେହିପରି ୨୫୬ଜିିବି ଭ୍ୟାରିଏଣ୍ଟକୁ ୯୪,୯୦୦ ଟଙ୍କାରେ କିଣି ପାରିବେ ଗ୍ରାହକ ।
ଅନ୍ୟପଟେ ଆଇଫୋନ ୧୨ ପ୍ରୋର ୧୨୮ଜିବି ଭ୍ୟାରିଏଣ୍ଟର ଦାମ ୧,୧୯,୯୦୦ ରହିଥିବା ବେଳେ ୨୫୬ଜିିବି ଷ୍ଟୋରେଜ ଭ୍ୟାରିଏଣ୍ଟର ଦାମ୍ ୧,୨୯,୯୦୦ ରହିଛି । ସେହିପରି ୫୧୨ଜିବି ଇଂଟରନାଲ ଷ୍ଟୋରେଜ ଭ୍ୟାରିଏଣ୍ଟକୁ ୧,୪୯,୯୦୦ ଟଙ୍କାରେ କିଣି ପାରିବେ ଗ୍ରାହକ ।
ଆପଲ ଆଇଫୋନ ୧୨ ଏବଂ ଆଇଫୋନ୧୨ ପ୍ରୋ ମଧ୍ୟରୁ ଯେକୌଣସି ଭ୍ୟାରିଏଣ୍ଟ କିଣିବା ଉପରେ ଡିସକାଉଣ୍ଟ ଅଫର ରହିଛି । ଯଦି ଆପଣ ଆପଣଙ୍କ ପୁରୁଣା ଫେନେ ଏକ୍ସଚେଞ୍ଜ କରିବେ ତେବେ ଆପଣଙ୍କୁ ୨୨ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିପାରେ । ଏହାବ୍ୟତିତ ଅନେକ ପ୍ରକାରର ଇଏମଆଇ ବିକଳ୍ପ ମଧ୍ୟ ଉପଲବ୍ଧ ଅଛି ।