ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିକଟରେ ଆପଲ କମ୍ପାନୀ ତାର ନୂତନ ଆଇଫୋନ ୧୩ ସିରିଜ ଲଞ୍ଚ କରିଛି । ଏହାର ପ୍ରାରମ୍ଭିକ ଦାମ ୬୯,୯୦୦ ଟଙ୍କା ରହିଛି । ଆମେରିକା ତୁଳନାରେ ଭାରତରେ ଏହାର ଦାମ୍ ଅଧିକ ରହିଛି ।
ଆଇଫୋନ ୧୨ ଭଳି ଆଇଫୋନ ୧୩ ଭାରତରେ ମାନ୍ୟୁଫାକଚର ହେବ ନାହିଁ । ଏହି ସିରିଜ୍ ର ସ୍ମାର୍ଟଫୋନକୁ ଇମ୍ପୋର୍ଟ କରାଯିବ । ଅର୍ଥାତ ଏହି ସ୍ମାର୍ଟଫୋନ ଉପରେ ଭାରତୀୟଙ୍କୁ ୨୨.୫ ପ୍ରତିଶତ କଷ୍ଟମ ଡ୍ୟୁଟି ଦେବାକୁ ପଡିବ । ଭାରତରେ ଗ୍ରାହକଙ୍କୁ ଆଇଫୋନ ୧୩ ମିନି କ୍ରୟ ଉପରେ କଷ୍ଟମ ଟ୍ୟାକ୍ସ ରୂପେ ପାଖାପାଖି ୧୦,୮୮୦ ଦେବାକୁ ପଡିବ । କେବଳ ଏତିକି ନୁହେଁ ଗ୍ରାହକଙ୍କୁ ଜିଏସଟି ମଧ୍ୟ ଦେବାକୁ ହେବ । ବର୍ତ୍ତମାନ ଆଇଫୋନ ୧୩ ଉପରେ ଜିଏସଟି ହାରାହାରି ୧୦,୬୬୨ ଟଙ୍କା । ସେହିପରି ଆଇଫୋନ ୧୩ ପ୍ରୋ ମ୍ୟାକ୍ସ କ୍ରୟ ଉପରେ ୪୦,୦୩୪ ଟଙ୍କା ଟ୍ୟାକ୍ସ ଆକାରରେ ଦେବାକୁ ପଡିବ ।
ଟ୍ୟାକ୍ସ ଯୋଗୁଁ ଦୁଇ ଦେଶରେ ଏହି ସ୍ମାର୍ଟଫୋନର ଦାମ୍ ରେ ଫରକ ରହିଛି । ଭାରତରେ ଆଇଫୋନ ୧୩ ସିରିଜ୍ ର ପ୍ରଥମ ସେଲ ସେପ୍ଟମ୍ବର ୨୪ ରେ ଆରମ୍ଭ ହେବ । ଏହାର ପ୍ରି ବୁକିଂ ଆରମ୍ଭ ହୋଇସାରିଛି ।