ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଇଫୋନ୍ ୧୨ ପରେ ଏବେ ଆଇଫୋନ୍ ୧୩ ପ୍ରସ୍ତୁତିରେ ଲାଗିଛି ଆପଲ କମ୍ପାନୀ । ପ୍ରତ୍ୟେକ ବର୍ଷ କମ୍ପାନୀ ପକ୍ଷରୁ ସେପ୍ଟମ୍ବର ମାସର ଫୋନ୍ ଲଞ୍ଚ ହୋଇଥାଏ କିନ୍ତୁ କରୋନା ଭାଇରସ ପାଇଁ ଅକ୍ଟୋବର ମାସରେ ଲଞ୍ଚ କରାଯାଇଛି ଆଇଫୋନ୍ ୧୨ । କିନ୍ତୁ ଆଇଫୋନ୍ ୧୩ କୁ କମ୍ପାନୀ ଅକ୍ଟୋବର ମାସରେ ଲଞ୍ଚ କରିବ ବୋଲି କୁହାଯାଉଛି ।
ରିପୋର୍ଟ ମୁତାବକ, ଆପଲ ଆଇଫୋନ୍ ୧୩ ସିରିଜ୍ ଅନୁସାରେ ଆଇଫୋନ ୧୩, ଆଇଫୋନ୍ ୧୩ ମିନି, ଆଇଫୋନ ୧୩ ପ୍ରୋ ଏବଂ ଆଇଫୋନ୍ ୧ ପ୍ରୋ ମ୍ୟାକ୍ସ ଲଞ୍ଚ କରିପାରେ କମ୍ପାନୀ । ଆଇଫୋନ୍ ୧୩ ମିନି ରେ ୬୦ଏଚଜେଡ ରିଫ୍ରେସ ରେଟ ସହିତ ୫.୪ ଇଞ୍ଚ ର ଓଏଲଇି ଡିସପ୍ଲେ ଦିଆଯାଇପାରେ । ସେହିପରି ଆଇଫୋନ୍ ୧୩ ରେ ୬.୧ ଇଞ୍ଚ ର ଡିସପ୍ଲେ ହୋଇପାରେ । ଆଇଫୋନ୍ ୧୩ ପ୍ରୋ ରେ ୬.୧ ଇଞ୍ଚ ର ଓଏଲଇଡି ଡିସପ୍ଲେ ଏବଂ ଆଇଫୋନ୍ ୧୩ ପ୍ରୋ ମ୍ୟାକ୍ସ ୬.୭ ଇଞ୍ଚର ଓଏଲଇଡି ଡିସପ୍ଲେ ଦିଆଯାଇପାରେ ।
ଅନ୍ୟପଟେ ଆହୁରି ମଧ୍ୟ ଶୁଣିବାକୁ ମିଳୁଛି କି, କମ୍ପାନୀ ଆଇଫୋନ୍ ୧୩ ନାମରେ କୌଣସି ଫୋନ୍ ଲଞ୍ଚ କରିବ ନାହିଁ । ବରଂ କମ୍ପାନୀ ଏହାବଦଳରେ ଆଇଫୋନ୍ ୧୨ଏସ ନାମରେ ସ୍ମାର୍ଟଫୋନ୍ ଲଞ୍ଚ କରିପାରେ । କିନ୍ତୁ ଏନେଇ କମ୍ପାନୀ ପକ୍ଷରୁ କୌଣସି ସ୍ପଷ୍ଟି କରଣ ମିିଳିନାହିଁ ।