ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆପେଲ୍ କମ୍ପାନୀ ତାର ୨୦୧୯ ମଡେଲ ଆଇପ୍ୟାଡ ଏୟାର ପାଇଁ ରିପେୟାରିଙ୍ଗ କାର୍ଯ୍ୟକ୍ରମ ଆରମ୍ଭ କରିଛି । ରିପୋର୍ଟ ମୁତାବକ, ୨୦୧୯ରେ ଲଞ୍ଚ ହୋଇଥିବା କିଛି ଥାର୍ଡ ଜେନେରେଶନ ଆଇପ୍ୟାଡ ଏୟାର ମଡେଲର ସ୍କ୍ରିନ୍ ବ୍ଲାକ ହୋଇଯାଉଥିବାର ସମସ୍ୟା ସମ୍ନାକୁ ଆସିଥିଲା । ଯାହାକୁ ନେଇ କିଛି ଗ୍ରାହକ ଅଭିଯୋଗ କରିଥିଲେ ।
ଏହାକୁ ଦୃଷ୍ଟିରେ ରଖି ଏବେ ଆପେଲ କମ୍ପାନୀ ପକ୍ଷରୁ ମାଗଣା ରିପେୟାରିଙ୍ଗ ପ୍ରୋଗ୍ରାମ ଆରମ୍ଭ କରାଯାଇଛି । ସେହି ଅନୁଯାୟୀ ଯେଉଁ ଆଇପ୍ୟାଡ ସମସ୍ୟା ରହିଛି ସେହି ସମସ୍ତ ଆଇପ୍ୟାଡକୁ ଅଥରାଇଜ୍ଡ ସର୍ଭିସ୍ ସେଣ୍ଟରରେ ମାଗଣାରେ ତିଆରି କରାଯିବ ।
ସୂଚନାଯୋଗ୍ୟ, ଆଇପ୍ୟାଡ୍ ଏୟାର ୨୦୧୯ ଏବଂ ଆଇପ୍ୟାଡ ମିନି ୨୦୧୯ କୁ ଗତବର୍ଷ ଲଞ୍ଚ କରିଥିଲା ଆପେଲ । ୧୦.୫ ଇଞ୍ଚର ଡିସପ୍ଲେ, ୬୪ ଜିବି ର୍ୟାମ ଏବଂ ୨୫୬ ଜିବି ଇଂଟରନାଲ ଷ୍ଟୋରେଜ୍ କୁ ଲୋକେ ଖୁବ୍ ପସନ୍ଦ ମଧ୍ୟ କରିଥିଲେ । ଏହି ଆଇପ୍ୟାଡର ପ୍ରାରମ୍ଭିକ ମୂଲ୍ୟ ୪୪,୯୦୦ ଟଙ୍କା ଥିବା ବେଳେ ସେଲୁଲାର ମଡେଲର ମୂଲ୍ୟ ୫୫,୯୦୦ ଟଙ୍କା ରହିଛି ।