ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଇଫୋନ୍ ର ଅନେକ ମଡେଲ୍ସର ପ୍ରଡକ୍ସନ ଏବେ ଭାରତରେ କରୁଛି ଆପଲ କମ୍ପାନୀ । ଏବେ ପୁଣି କମ୍ପାନୀର ଯୋଜନା ରହିଛି କି ଆଇପ୍ୟାଡ ର ପ୍ରଡକକ୍ସନ ମଧ୍ୟ ଭାରତରେ କରାଯିବ ।
ଋିପୋର୍ଟ ମୁତାବକ, ଭାରତରେ ଆଇପ୍ୟାଡ ର ପ୍ରଡକ୍ସନ କରିବା ପାଇଁ ଭାରତ ସରକାରଙ୍କ ପ୍ରଡକ୍ସନ ଲିଙ୍କ୍ଡ ଇଂସେଟିଭ(ପିଏଲଆଇ) ସ୍କିମ୍ ରେ ସାମିଲ ହୋଇପାରେ ଆପଲ । ସେହିପରି କେନ୍ଦ୍ର ସରକାର ବହୁତ ଶୀଘ୍ର ଏକ ନୂତନ ପିଏଲଆଇ ସ୍କିମ ଲଞ୍ଚ କରିବେ । ଯାହାକୁ ଖାସକରି ଆଇଟି ପ୍ରଡକ୍ଟସ ଯେପରିକି ଲାପଟପ୍ ଟାବଲେଟ ଏବଂ ସର୍ଭର ଆଦି ତିଆରି କରୁଥିବା କମ୍ପାନୀ ପାଇଁ ଅଣାଯିବ । ଏହି ନୂତନ ଆଇଟତ ପିଏଲଆଇ ସ୍କିମ ର ଘୋଷଣା ଫେବୃଆରୀ ଶେଷ ସୁଧା ହୋଇପାରେ । ଏହି ସ୍କିମରେ ଆପଲ ସବୁଠାରୁ ଅଧିକ ୨୦ ହଜାର କୋଟି ନିବେଶ କରିବ ।