ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶେଷରେ ଆପଲ ତାର ଅନଲାଇନ ଷ୍ଟୋର ଭାରତରେ ଲଞ୍ଚ କରିଛି । ଏଣିକି ଆପଲ ଅନଲାଇନ ଷ୍ଟୋରରେ ଗ୍ରାହକଙ୍କୁ ସମସ୍ତ ପ୍ରକାରର ପ୍ରଡକ୍ଟସ ମିଳିବ । ଏହାବ୍ୟତିତ ଏଥିରେ ଡାଇରେକ୍ଟ କଷ୍ଟମର ସପୋର୍ଟ, ଷ୍ଟୁଡେଣ୍ଟସ ଡିସକାଉଣ୍ଟ ଏବଂ ଫାଇନାନ୍ସ ଅପସନ ବି ରହିଛି ।
ଏପର୍ଯ୍ୟନ୍ତ ଆପଲ ପ୍ରଡକ୍ଟସ କେବଳ ଅନଲାଇନ ସପିଙ୍ଗ ସାଇଟ ଯେପରକି ଆମାଜନ ଏବଂ ଫ୍ଲିପକାର୍ଟ ଜରିଆରେ ପଠାଯାଉଥିଲା, କିନ୍ତୁ ଏବେ ଆପଣ ସିଧାସଳଖ ଆପଲ ପ୍ରଡକ୍ଟସକୁ କମ୍ପାନୀ ସାଇଟରୁ ବି କିଣି ପାରିବେ । ଆପଲ ର କହିବାନୁଯାୟୀ, ୨୪ ରୁ ୭୨ ଘଣ୍ଟା ମଧ୍ୟରେ ଆପଣଙ୍କ ନିକଟକୁ କମ୍ପାନୀ ପ୍ରଡକ୍ଟସ ଡେଲିଭରୀ କରିଦିଆ ଯିବ । କେବଳ ମ୍ୟାକ ପାଇଁ ଆପଣଙ୍କୁ ଏକ ମାସ ଅପେକ୍ଷା କରିବାକୁ ପଡିପାରେ ।
ଏଣିକି ଆପଣ ଆପଲ ପ୍ରଡକ୍ଟସକୁ ଆପଲ ଷ୍ଟୋର ଅନଲାଇନରୁ ସିଧା ସଳଖ କିଣି ପାରିବେ । ଏହାବ୍ୟତିତ ଆବଶ୍ୟକ ପଡିଲେ ଆପଲ ସ୍ପେଶିଆଲିଷ୍ଟଙ୍କୁ କଲ ଏବଂ ଚାଟ୍ ମାଧ୍ୟମରେ କୌଣସି ବି ଆପଲ ପ୍ରଡକ୍ଟସକୁ ନେଇ ଆଡଭାଇସ ନେଇ ପାରିବେ । ଅନ୍ୟପଟେ ଛାତ୍ରଛାତ୍ରୀଙ୍କୁ ମ୍ୟାକ ଏବଂ ଆଇପ୍ୟାଡ ମଡେଲ୍ସ କିଣିବା ଉପରେ ରିହାତି ମିଳିବ । ସେହିପରି ଏଥିରେ ଇଏମଆଇ ସୁବିଧା ବି ରହିଛି ।