ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ବଜାଜ ପଲସର ଏନଏସ୨୦୦ ବଜାଜ କମ୍ପାନୀର ସବୁଠାରୁ ଅଧିକ ବିକ୍ରି ହେଉଥିବା ଏକ ବାଇକ ମଧ୍ୟରୁ ଗୋଟିଏ ବାଇକ । ତେବେ ବଜାଜ ତାର ପଲସର ବାଇକର ଏକ ନୂଆ ମଡେଲ ଖୁବ ଶିଘ୍ର ବଜାର ପ୍ରବେଶ କରାଇବ । ନୂଆ ଏଫ ଆଇ ମଡେଲ ବିଏସ-୬ ଇଞ୍ଜିନ ସହିତ ବଜାରକୁ ଆସିବ । ସୂଚନା ଅନୁସାରେ ଚଳିତ ବର୍ଷ ପୂଜା ବଜାରରେ ଏହି ନୂଆ ମଡେଲର ପ୍ରବେଶ କରାଇବା ପାଇଁ ଯୋଜନା କରୁଛି ।
ଏହି ବାଇକରେ ୧୯୯.୦୫ ସିସିର ଇଞ୍ଜିନ କମ୍ପାନୀ ବ୍ୟବହାର କରିଛି । ତେବେ ଏ ନେଇ କମ୍ପାନୀ ପକ୍ଷରୁ ଏହା କେବେ ବଜାର ପ୍ରବେଶ କରିବ ସେ କୌଣସ ବିଧିବଧ ଘୋଷଣା କରାଯାଇ ନାହିଁ । ନୂତନ ଯୁବ ପିଢିଙ୍କୁ ଦୃଷ୍ଟିରେ ରଖି କମ୍ପାନୀ ଏହି ଇଞ୍ଜିନ ବ୍ୟବହାର କରିଛି । ତେବେ କମ୍ପାନୀ ଏହି ନୂଆ ମଡେଲର ଗ୍ରାଫିକ୍ସରେ କିଛି ପରିବର୍ତ୍ତନ ଆଣି ପାରେ । ଏହି ବାଇକର ମୂଲ୍ୟ ୧ ଲକ୍ଷ ୧୨ ଟଙ୍କା ରହିବ ବୋଲି ଆଶା କରାଯାଇଛି ।