ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ସାରା ଦେଶରେ ଜାରି ରହିଛି ଦଶହରାର ପର୍ବ । ଛୋଟଠୁ ବଡ ସମସ୍ତେ ଦୁର୍ଗା ପୂଜାକୁ ନେଇ ଉତ୍ସାହିତ । ପୂଜାକୁ ଆଖି ଆଗରେ ରଖି ସ୍କୁଲ କଲେଜ ଠାରୁ ଆରମ୍ଭ କରି ବିଭିନ୍ନ ଘରୋଇ ଓ ସରକାରୀ ସଂସ୍ଥା ମାନଙ୍କରେ ଛୁଟି ମଧ୍ୟ ଘୋଷଣା କରାଯାଇଛି । ତେବେ ଏହା ମଧ୍ୟରେ ବ୍ୟାଙ୍କ ଛୁଟି ମଧ୍ୟରହିଛି । ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଅନେକ ଦିନ ଧରି ବ୍ୟାଙ୍କ ଛୁଟି ରହିବା କାରଣରୁ ଲୋକମାନେ ନାହିଁ ନଥିବା ଅସୁବିଧା ସମସ୍ୟାର ସମ୍ମୁଖିନ ହେବେ ବୋଲି ଅନୁମାନ କରାଯାଇଉଛି ।
ପୂଜା ନିମନ୍ତେ ବ୍ୟାଙ୍କ ଗୁଡିକରେ ଛୁଟି ପ୍ରଦାନ କରାଯାଇଛି । ଅନୁମାନ କରାଯାଉଛି ପାଖାପାଖି ୪-୫ ଦିନ କାଳ ବ୍ୟାଙ୍କ ଛୁଟି ରହିପାରେ । ଯାହା ଦ୍ୱାରା ଏଟିଏମରୁ ଟଙ୍କା ଉଠାଇବା ପାଇଁ ଲୋକମାନଙ୍କୁ ବହୁ ଅସୁବିଧା ହେବ ବୋଲି ଜଣା ପଡିଛି । ସୁଚନା ଅନୁସାରେ , ୧୮ ତାରିଖ ମହାନବମୀ ପାଇଁ ବ୍ୟାଙ୍କ ଛୁଟି ରହିଥିଲା । ଏହା ପରେ ଆଜି ଅର୍ଥାତ ୧୯ ତାରିଖ ଦଶହରା ପାଇଁ ବ୍ୟାଙ୍କ ଛୁଟି ରହିଛି । ଆସନ୍ତାକାଲି ୨୦ ତାରିଖ ମାସର ତୃତୀୟ ଶନିବାର ଓ ୨୧ ତାରିଖ ରବିବାର ଥିବାରୁ ବ୍ୟାଙ୍କ ଛୁଟି ରହୁଛି । ତେବେ ଏହି ସବୁ ଦିନରେ ବ୍ୟାଙ୍କ କାମ ହେଉନଥିବାରୁ ଏଟିଏମରେ କ୍ୟାସର ଅଭାବ ରହିବ ।
ତେବେ ଅଯଥା ଖର୍ଚ୍ଚରୁ ସାଧାରଣ ଲୋକେ ବଞ୍ଚିବା ଭଲ ବୋଲି ଜଣାପଡିଛି । ଏପରି ସ୍ଥିତିରେ ଆପଣଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପଡିବ । ସେହିପରି ନଭେମ୍ବର ମାସରେ ମଧ୍ୟ ବ୍ୟାଙ୍କ ଗୁଡିକରେ ଲମ୍ବା ଛୁଟି ରହୁଛି । ଆସନ୍ତା ମାସ ଦିପାବଳୀ, ଗୋବର୍ଦ୍ଧନ ପୂଜା ଓ ଭାଇଦୂଜ୍ ପରେ ଦ୍ୱିତୀୟ ଶନିବାର ଓ ରବିବାର ଅର୍ଥାତ୍ ଲଗାତାର ୫ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ । ବ୍ୟାଙ୍କ ଗୁଡିକରେ ଲମ୍ବା ଛୁଟି କାରଣରୁ ଏଟିଏମ୍ ରେ କ୍ୟାସ୍ ର ସମସ୍ୟା ହୋଇପାରେ ।