ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଅକ୍ଟୋବର ମାସ ଶେଷ ହେବା ପାଇଁ ଆଉ ମାତ୍ର ୧୪ ଦିନ ବାକି ଅଛି । ଯଦି ଆପଣଙ୍କର କିଛି ବ୍ୟାଙ୍କ କାମ ଅଟକି ଯାଇଛି ତେବେ ସମୟ ପୂର୍ବରୁ ଶୀଘ୍ର ବ୍ୟାଙ୍କ କାମ ଶେଷ କରି ନିଅନ୍ତୁ । ନଚେତ୍ ହଇରାଣ ହୋଇ ପାରନ୍ତି । କାରଣ ଅକ୍ଟୋବର ମାସରେ ୬ ଦିନ ବନ୍ଦ ରହିବ ବ୍ୟାଙ୍କ । ଇତି ମଧ୍ୟରେ ଏଭଳି କିଛି ଦିନ ପଡୁଛି ଯେଉଁଥିପାଇଁ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ ।ତେବେ ଆସନ୍ତୁ ଜାଣିବା କେବେ କେବେ ବନ୍ଦ ରହିବ ବ୍ୟାଙ୍କ ।
ମିଡିଆ ରିପୋର୍ଟ ମୁତାବକ, ୧୦ଟି ବ୍ୟାଙ୍କର ମର୍ଜ ହେବା ବିରୋଧରେ ଅକ୍ଟୋବର ୨୨ ରେ ବ୍ୟାଙ୍କ ୟୁନିୟନ ପକ୍ଷରୁ ହରତାଳ କରିବେ ବୋଲି ଘୋଷଣା କରିଛନ୍ତି । ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ଏବଂ ଭାରତୀୟ ବ୍ୟାଙ୍କ କର୍ମଚାରୀ ପରିସଂଘ ପକ୍ଷରୁ ଡକାଯାଇଥିବା ଏହି ହରତାଳକୁ ଭାରତୀୟ ଟ୍ରେଡ ୟୁନିୟନ କଂଗ୍ରେସ ବି ସମର୍ଥନ କରିଛି । ଯଦି ଏହି ହରତାଳ ହେବ ତାହାଲେ ଅକ୍ଟୋବର ୨୨ ରେ ବ୍ୟାଙ୍କ ବନ୍ଦ ରହିବ । ପ୍ରକୃତରେ ଗତ କିଛି ଦିନ ପୂର୍ବରୁ ସରକାରଙ୍କ ପକ୍ଷରୁ ୧୦ ଟି ବ୍ୟାଙ୍କକୁ ମର୍ଜ କରାଯିବା ପାଇଁ ଘୋଷଣା କରାଯାଇଥିଲା ।
ଅକ୍ଟୋବର ୨୦ ରବିବାର ପଡୁଥିବାରୁ ବ୍ୟାଙ୍କ ଛୁଟି ରହିବ । ସେହିପରି ଅକ୍ଟୋବର ୨୨ ରେ ବି ହରତାଳ ପାଇଁ ବ୍ୟାଙ୍କ ବନ୍ଦ ହୋଇପାରେ । ଅକ୍ଟୋବର ୨୬ ରେ ଚତୁର୍ଥ ଶନିବାର । ଅକ୍ଟୋବର ୨୭ ରବିବାର ଏବଂ ଦୀପାବଳୀ । ଅକ୍ଟୋବର ୨୭ ରେ ଗୋବର୍ଦ୍ଧନ ପୂଜା । ଅକ୍ଟୋବର ୨୯ ରେ ଭାଇ ଦୁଜ୍ ଉତ୍ସବ ଥିବାରୁ ବ୍ୟାଙ୍କ ବନ୍ଦ ରହିବ ।