ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯଦି ଆପଣ ଭିମ୍ ଆପ ବ୍ୟବହାର କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଖୁବ୍ ମହତ୍ୱପୂର୍ଣ୍ଣ । କାରଣ କେନ୍ଦ୍ରସରକାର ପକ୍ଷରୁ ଭିମ୍ ଆପ୍ ର ନୂତନ ଭର୍ସନ ଭିମ୍ ୨.୦ (ଭିମ୍ ୨.୦) ଲଞ୍ଚ କରାଯାଇଛି । ସୂଚନା ପ୍ରଦ୍ଦ୍ୟୋଗିକ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି କି ଭିମ୍ ୨.୦ ରେ ଅତିରିକ୍ତ ଭାଷା, ନେଣ-ଦେଣ ସୀମା ବଢାଇବା ସମେତ ଅନେକ ସୁବିଧା ଦିଆଯାଇଛି । ଭିମ୍ ଆପ୍ ହେଉଛି ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ଦ୍ୱାରା ବିକସିତ ୟୁପିଆଇ ଆଧାରିତ ପେମେଣ୍ଟସ ପ୍ଲାଟଫର୍ମ ।
ଡିଜିଟାଲ ଇଣ୍ଡିଆ ମିଶନ ଅନୁଯାୟୀ ଟଙ୍କା ନେଣ ଦେଣକୁ କମାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ୩୦ ଡିସେମ୍ବର ୨୦୧୬ ରେ ଭିମ୍ ଆପ୍ ଲଞ୍ଚ କରିଥିଲେ । ସେହି ସମୟରେ ମୋଦି କହିଥିଲେ କି, ଏବେ ନୋଟ୍ ଏବଂ ମୁଦ୍ରା ଦ୍ୱାରା ନେଣ ଦେଣ ହେଉଛି, ଗୋଟେ ଦିନ ଏଭଳି ଆସିବ ସମସ୍ତ ବ୍ୟବସାୟିକ ଟ୍ରାଞ୍ଜାକ୍ସ ଭିମ୍ ଆପ୍ ଜରିଆରେ ହେବ ।
ଭିମ୍ ଆପ୍ ର ନୂତନ ଭର୍ସନ ଭିମ ୨.୦ ରେ ୧୩ଟି ଭାଷା ବ୍ୟତିତ ଅତିରିକ୍ତ ଭାଷା ସାମିଲ ଅଛି । ଏହାସହିତ ନୂତନ ଭର୍ସନରେ ନେଣ ଦେଣର ସୀମା ବଢାଯାଇଛି । ଏଥିରେ ଅନେକ ବ୍ୟାଙ୍କ ଆକାଉଣ୍ଟକୁ ବି ଯୋଡା ଯାଇପାରେ । ଏବେ ବ୍ୟବସାୟୀ ବି ନିଜ ଆଡୁ ଅଫର ଦେଇପାରିବେ । ଏଥିରେ ଆଇପିଓ ପାଇଁ ଆବେଦନ ଅପସନ୍ ବି ରହିଛି । ଏବେ ଆପଣ ସହଜରେ ଏହି ଆପ୍ ଜରିଆରେ ଟଙ୍କା ଗିଫ୍ଟ କରିପାରିବେ ।
ଭିମ୍ ଆପ୍ ଜରିଆରେ ଟ୍ରାଞ୍ଜାକ୍ସନ ପାଇଁ ପୂର୍ବରୁ ୨୦୦୦ ଟଙ୍କା ନେଣଦେଣ ଉପରେ ୦.୨୫ ପ୍ରତିଶତ ଏବଂ ୨୦୦୦ ଟଙ୍କାରୁ ଅଧିକ ନେଣ ଦେଣ ଉପରେ ୦.୬୫ ପ୍ରତିଶତ ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ ଚାର୍ଜ କରାଯାଉଥିଲା । ଏବେ ଏଥିରେ ୧୦୦ ଟଙ୍କା ନେଣଦେଣକୁ କୌଣସି ଚାର୍ଜକୁ ମୁକ୍ତ କରି ଦିଆଯାଇଛି । ଅକ୍ଟୋବର ୧ ରୁ ନୂତନ ଦର ଲାଗୁ କରାଯିବ ।