ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): BMW ମୋଟୋରାଡ ତାର ନୂତନ ଆର୧୮ କ୍ରୁଜର ମୋଟରସାଇକେଲ ଭାରତରେ ଲଞ୍ଚ କରିଛି । ଏହାର ଦୁଇଟି ଭ୍ୟାରିଏଣ୍ଟ ଭାରତୀୟ ବଜାରକୁ ଛାଡିଛି କମ୍ପାନୀ ।
ସେହିଅନୁଯାୟୀ ବିଏମଡବ୍ଲ୍ୟୁ ଆର୧୮ କ୍ରୁଜର ଭ୍ୟାରିଏଣ୍ଟର ଦର ୧୮.୯୦ ଲକ୍ଷ ଟଙ୍କା ରହିଥିବା ବେଳେ ବିଏମଡବ୍ଲ୍ୟୁ ଆର୧୮ ଫାଷ୍ଟ ଏଡିସନ ୨୧.୯୦ ଲକ୍ଷ ଟଙ୍କା ରହିଛି । ବିଏମଡବ୍ଲ୍ୟୁ ମୋଟେରାଡ ଡିଲର ନେଟୱର୍କ ମାଧ୍ୟମରେ ଗ୍ରାହକ ଏହି ମୋଟରସାଇକେଲ ବୁକ୍ କରି ପାରିବେ ।
ବିଏମଡବ୍ଲ୍ୟୁ ଆର୧୮ ରେ ୧୮୦୨ସିସି ର ପାୱାରଫୁଲ ଏୟାର ଏବଂ ଅଏଲ କୁଲ୍ଡ ଇଂଜିନ୍ ଲଗା ଯାଇଛି । ଯାହା ଏପର୍ଯ୍ୟନ୍ତ ବିଏମଡବ୍ଲ୍ୟୁ ଦ୍ୱାରା ନିର୍ମାଣ କରାଯାଇଥିବା ବଡ ଇଂଜିନ୍ । ଏହି ପାୱାରଫୁଲ ଇଂଜିନ୍ ୯୧ ବିଏଚପିର ପାୱାର ଏବଂ ୧୫୭ ନ୍ୟୁଟନର ଟାର୍କ ଜେନେରେଟ କରିଥାଏ । ଏନେଇ ବିଏମଡବ୍ଲ୍ୟୁ ଦାବି କରିଛି କି ଏହି ମୋଟରସାଇକେଲ ୦ ରୁ ୧୦୦ km/h ସ୍ପିଡକୁ ୪.୮ ସେକେଣ୍ଡରେ କରିଥାଏ ଏବଂ ଏହାର ଟପ୍ ସ୍ପିଡ ୧୮୦ km/h ।