ରାଜସ୍ଥାନ (ଏଟିଆର ବ୍ୟୁରୋ ) ; ବିମାନରେ ବୋମା ଆତଙ୍କ । ରାଜସ୍ଥାନର ଯୋଧପୁରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିବା ପାଇଁ ଥିବା ଏୟାର ଇଣ୍ଡିଆ ବିମାନରେ ବୋମାଥିବା ଜଣା ପଡିଛି । ଏଭଳି ଖବର ମିଳିବା ପରେ ସମଗ୍ର ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି । ଏୟାର ଇଣ୍ଡିଆ ବିମାନରେ ବୋମାଥିବା ସୂଚନା ମିଳିବା ପରେ ଯୋଧପୁର ବିମାନବନ୍ଦରରୁ ସବୁ ସେବାକୁ ବାତିଲ ମଧ୍ୟ କରାଯାଇଛି । ବିମାନବନ୍ଦରର ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଛି ।
ସେପଟେ ଯୋଧପୁର ବିମାନବନ୍ଦରର ପାଖରେ ଭାରତୀୟ ବାୟୁ ସେନାର ଏୟାର ବେସ ଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ବେଶ କଡାକଡି କରାଯାଇଛି । ତେବେ ଏୟାର ଇଣ୍ଡିଆ , ଜେଟ ଏୟାରୱେଜ୍ ଓ ସ୍ପାଇସ ଜେଟକୁ ସେବାପ୍ରଦାନ କରାଯିବ । ଏବେ ସେଠାରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଜାରି ରହିଛି । ବିମାନରେ ବୋମାଥିବା ନେଇ ଏପର୍ଯ୍ୟନ୍ତ ଅଧିକ ସୂଚନା ହସ୍ତଗତ ହୋଇପାରିନାହିଁ ।