ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟାଟା କଂସଲଟାନ୍ସ ସର୍ଭିସେସ (ଟିସିଏସ) ସହ ପାର୍ଟନରସିପ କରିବା ପରେ ଭାରତରେ ନିଜର ୪ର୍ଥ ଜେନେରେଶନ ସର୍ଭିସେସକୁ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ବିଏସଏନଏଲ । ଅବଶ୍ୟ ଭାରତରେ ୪ଜି ଲଞ୍ଚର ତାରିଖ ଏପର୍ଯ୍ୟନ୍ତ ଘୋଷଣା କରିନି କମ୍ପାନୀ । ବର୍ତ୍ତମାନ ବିଏସଏନଏଲ ୩ଜି କନେକ୍ଟିଭିଟି ଏବଂ ବ୍ରଡବ୍ୟାଣ୍ଡ ସେବା ପ୍ରଦାନ କରୁଛି ।
ବିଏସଏନଏଲ କଂଜ୍ୟୁମର ମୋବିଲିଟି ଡାୟରେକ୍ଟର ସୁଶୀଲ କୁମାର ମିଶ୍ରା କହିଛନ୍ତି କି, ବିଏସଏନଏଲ ଟିସିଏସ ସହିତ ନିଜର ଟେକ୍ନୋଲଜି ପାର୍ଟନର ରୂପେ ୪ଜି ସଭିସେସ ଲଞ୍ଚ କରିବ । ପ୍ରଥମ ଥର ପାଇଁ ଭାରତୀୟ ଟେକନିକ/ ଇଣ୍ଡିଆନ୍ ଟେକ୍ନୋଲଜିର ବ୍ୟବହାର ୪ଜି ସର୍ଭିସ ପାଇଁ କରାଯିବ । ଏହାବ୍ୟତିତ ଦେଶରେ ଅତିକମରେ ଏକ ଲକ୍ଷ ଟେଲିକମ ଟୱାର ବସେଇବାର ଯୋଜନା କରୁଛି କମ୍ପାନୀ ।