ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ଦେଶରେ କରୋନା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଜାରି ରହିଛି । ଏହି ଲକ୍ ଡାଉନ୍ ମେ ୩ ଯାଏଁ ଜାରି ରହିବ । ଇତିମଧ୍ୟରେ ବିଏସଏନଏଲ ପକ୍ଷରୁ ଏକ ଘୋଷଣା ହୋଇଛି । ଯଦି ଏହି ସମୟରେ କୋଣସି ବିଏସଏନଏଲ ଗ୍ରାହକଙ୍କର ରିଚାର୍ଜ ଶେଷ ହୋଇ ଯାଉଛି, ତାପରେ ବି ପ୍ରିପେଡ ଗ୍ରାହକଙ୍କର କନେକ୍ସନ ବୈଧତା ମେ’ ମାସ ପାଞ୍ଚ ତାରିଖ ଯାଏଁ ଜାରି ରହିବ । ଗ୍ରାହକଙ୍କ ଫୋନ୍ କୁ ଇନକମିଂ କଲ୍ ଆସିବ ।
କମ୍ପାନୀ ପକ୍ଷରୁ କୁହାଯାଇଛି କି, ଉପଭୋକ୍ତାଙ୍କ କଠିନ ସ୍ଥିତିକୁ ଧ୍ୟାନରେ ରଖି ଯେଉଁ ଗ୍ରାହକଙ୍କ ବୈଧତା ଅବଧି ଲକ୍ ଡାଉନ୍ ମଧ୍ୟରେ ଶେଷ ହୋଇ ଯାଉଛି, ସେମାନଙ୍କର ବୈଧତା ଅବଧିକୁ ମେ ମାସ ୫ ତାରିଖ ଯାଏଁ ବୃଦ୍ଧି କରାଯାଉଛି । ସେଥିପାଇଁ ଗ୍ରାହକଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । ସେମାନଙ୍କ ଫୋନ୍ କୁ ଇନକମିଂ ଫୋନ୍ ଆସିବ ।