ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍ କୁ ଟକ୍କର ଦେବା ଲାଗି ଏବେ ଆଗକୁ ଆସିଛି ବିଏସଏନଏଲ କମ୍ପାନୀ । ଏବେ ବିଏସଏନଏଲ ତାର ଏକ ଜବରଦସ୍ତ ପ୍ଲାନ ଆଣିଛି । ଯାହା ଗ୍ରାହକଙ୍କ ପାଇଁ ଖୁବ୍ ଫାଇଦା ହୋଇପାରେ । ବିଏସଏନଏଲ ପୋର୍ଟଫୋଲିଓରେ ଏବେ ବି ଅନେକ ଅସୀମିତ ଫାଇଦା ବିଶିଷ୍ଟ ପ୍ଳାନ୍ ରହିଛି । ଯାହା୧୦୮ ଟଙ୍କାରୁ ଆରମ୍ଭ ହୋଇ ୧୯୯୯ ପର୍ଯ୍ୟନ୍ତ ରହିଛି । ଏହାର ୧୬୯୯ ଟଙ୍କିଆ ବାର୍ଷିକ ପ୍ଲାନରେ ଅଧିକ ଫାଇଦା ମିଳୁଛି । କାରଣ ଏହି ପ୍ଲାନ୍ ରେ ପ୍ରତିଦିନ ୩ଜିବି ଡାଟା ଉପଲବ୍ଧ ରହିଛି । ଏହି ଅଫର୍ ଡିସେମ୍ବର ୩୧ ଡିସେମ୍ବର ପର୍ଯ୍ୟନ୍ତ ରହିଛି ।
ଏବେ ବିଏସଏନଏଲ ତାର ସବସ୍କ୍ରାଇବ ବେସ୍ କୁ ବଳବତ୍ତର ରଖିବାକୁ ଚାହୁଁଛି । ସେହି ଅନୁସାରେ ଗ୍ରାହକଙ୍କୁ ଆକର୍ଷଣ କରିବାରେ ଲାଗିଛି । ଯାହାର ସିଧା ଫାଇଦା ଉଠାଉଛନ୍ତି ଗ୍ରାହକ । କାରଣ ଅନ୍ୟ ସବୁ ଟେଲିକମ୍ କମ୍ପାନୀ ତାଙ୍କର ଟାରିଫ୍ ପ୍ଲାନ୍ ମହଙ୍ଗା କରୁଥିବା ବେଳେ ବିଏସଏନଏଲ ତାର ପୁରୁଣା ପ୍ଲାନର ବେଷ୍ଟ ପ୍ଲାନ୍ କୁ ଗ୍ରାହକଙ୍କ ପାଇଁ ଆଣିଛି । କମ୍ପାନୀ ତାର ୧୬୯୯ ଟଙ୍କିଆ ପ୍ଲାନ୍ ରେ ଗ୍ରାହକଙ୍କୁ ୧୦୯୫ ଜିବି ଡାଟା ଦେଉଛି । ଯାହାର ବୈଧତା ୩୬୫ ଦିନ ପର୍ଯ୍ୟନ୍ତ ରହିଛି । ଏହି ପ୍ଲାନ୍ ରେ ଗ୍ରାହକଙ୍କୁ ୨୫୦ ମିନିଟ୍ ର କ୍ୟାପିଂ ସହିତ ନିୟମିତ ଅନଲିମିଟେଡ ଭଏସ କଲିଂ ଦିଆଯାଉଛି । ଏହାସହିତ ପ୍ରତିଦିନ ୩ଜିବି ଡାଟା ଏବଂ ୧୦୦ ଫ୍ରି ଏସଏମଏସ ।
ନିକଟରେ ଚେନ୍ନାଇ ଏବଂ ତାମିଲନାଡୁରେ ବିଏସଏନଏଲ ପକ୍ଷରୁ ୧୯୯୯ ଟଙ୍କିଆ ପ୍ଲାନ୍ ଜାରି କରାଯାଇଛି । ଯାହାର ବୈଧତା ୩୬୫ ଦିନ ଏବଂ ନିୟମିତ ୩ଜିବି ଡାଟା । ଏହାସହିତ ପ୍ରତିଦିନ ୧୦୦ ଏସଏମଏସ ଏବଂ ୨୫୦ ମିନିଟ୍ ର କଲିଂ ସୁବିଧା । କେବଳ ଏତିକି ନୁହେଁ ଏହି ପ୍ଲାନ୍ କୁ ସବସ୍କ୍ରାଇବ କରୁଥିବା ଗ୍ରାହକଙ୍କ ପାଇଁ ଗୋଟେ ବର୍ଷ ପାଇଁ ସୋଦି ଲାଇଭ ର ମାଗଣା ସବସ୍କ୍ରିପସନ୍ ମିଳିବ ।