ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗ୍ରାହକଙ୍କ ପାଇଁ ଖୁସି ଖବର । କ୍ୟାନନ କଂପାନୀ ପକ୍ଷରୁ ଭାରତରେ ଏକ ନୂତନ ମଡେଲ EOS M50 ମିରରଲେସ୍ କ୍ୟାମେରା ଲଞ୍ଚ କରାଯାଇଛି । ଏହି କ୍ୟାମେରା ମୁଖ୍ୟତଃ ସୋସିଆଲ ମିଡିଆ ପାଇଁ ତିଆରି କରାଯାଇଛି । ଏହାକୁ ଆପଣ ଏକ ‘ଆପ୍’ ଜରିଆରେ ନିୟନ୍ତ୍ରଣ କରିପାରିବେ । କଂପାନୀ ଏହାର ହାରାହାରି ମୂଲ୍ୟ ୬୧,୯୯୫ ଟଙ୍କା ରଖିଛି । ଏହି କ୍ୟାମେରାରେ 4Kର ଭିଡିଓ ରେକୋଡ଼ିଂ କରାଯାଇ ପାରିବ । ଏହା ସହିତ ୪K ଷ୍ଟିଲ୍ ଫ୍ରେମ ଏକ୍ସ୍ସଟ୍ରାକ୍ଟ ଏବଂ4K ଟାଇମ୍ ଲ୍ୟାପ୍ସ ଫିଲ୍ମ ମଧ୍ୟ ରେକୋଡିଂ କରାଯାଇ ପାରିବ ।
ଭାରତରେ ଏହି କ୍ୟାମେରାର ବିକ୍ରି ଆରମ୍ଭ ହୋଇଗଲାଣି। ଆଇଓଏସ ଏବଂ ଆଣ୍ଡ୍ରୋଏଡ ଆପ୍ ବ୍ୟବହାରକାରୀ ମାନେ ଏହି କ୍ୟାନନ କନେକ୍ଟ ଆପ୍ କୁ ଡାଉନ୍ଲୋଡ କରି ସିଧାସଳଖ କ୍ୟାମେରା ସହ ସଂଯୋଗ କରିପାରିବେ। ଏହି ଆପ୍ ମାଧ୍ୟମରେ ଆପଣ ଫଟୋ ଏବଂ ଭିଡିଓ ସେୟାର କରିପାରିବେ । ଏହାସହିତ କ୍ୟାମେରା ସେଟିଙ୍ଗସ୍ ମଧ୍ୟ କରିପାରିବେ। ଏହା ଫୁଡ୍ ବ୍ଲଗରସ୍, ଟ୍ରାଭେଲ ବ୍ଲଗରସ୍ ଏବଂ ସୋସିଆଲ ମିଡିଆ ପ୍ରେମୀଙ୍କ ପାଇଁ ଖୁବ୍ ଉପଯୋଗୀ ହେବ ବୋଲି କଂପାନୀ ତରଫରୁ ମତ ପ୍ରକାଶ କରାଯାଇଛି।
କ୍ୟାନନର ମିରରଲେସ କ୍ୟାମେରାରେ EF-M15-45mm f/3.5-6.3 IS STM ର ଲେନସ୍ ଉପଲବ୍ଧ । ଏହାସହିତ DIGIC 8 ଫଟୋ ପ୍ରୋସେସର ଏବଂ 24.1 ମେଗାପିକ୍ସଲ APS-C CMOS ସେନସର୍ ଉପଲବ୍ଧ । ଏହି କ୍ୟାମେରାରେ ଟଚ୍ ଆଣ୍ଡ ଡ୍ରାଗ୍ ଅଟୋଫୋକସ୍ ସିଷ୍ଟମ ମଧ୍ୟ ଅଛି ।