ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଇନକମ୍ ଟ୍ୟାକ୍ସ ପରେ ମୋଦି ସରକାର ଏବେ ଜିଏସଟିରେ ଡିଆଇଏନ ମାନେ ଡକ୍ୟୁମେଣ୍ଟ ଆଇଡେଣ୍ଟିଫିକେସନ ନମ୍ବର କୁ ଲାଗୁ କରି ଦେଇଛନ୍ତି । ଦେଶର ବ୍ୟବସାୟୀଙ୍କ ହିତର ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଉଠାଯାଇଛି । ସିବିଆଇସି ର ଆଦେଶ ମୁତାବକ, ଡିଆଇଏନ ର ବ୍ୟବହାର ସେହି ଜିଏସଟି ମାମଲାରେ କରାଯିବ, ଯାହାଙ୍କର ତଦନ୍ତ ଚାଲିଛି ଏବଂ ତାଙ୍କ ନାଁରେ ୱାରେଣ୍ଟ ଏବଂ ସର୍ଚ୍ଚ ୱାରେଣ୍ଟ ଜାରି ହୋଇସାରିଛି । ନଭେମ୍ବର ୮ ତାରିଖ ପରେ ଯାହା ବି ଡକ୍ୟୁମେଣ୍ଟ ଜାରି କରାଯିବ ସେଥିରେ ଡିଆଇନ ଦେବାର ଆବଶ୍ୟକତା ରହିଛି ।
ଅର୍ଥମନ୍ତ୍ରାଳୟର ସୂତ୍ରପାତ ପରେ ଏହାକୁ ଆରମ୍ଭ କରାଯାଇଛି । ଏବେ ବିଭାଗ ଦ୍ୱାରା ଜାରି ପ୍ରତ୍ୟେକ ନୋଟିସ ଉପରେ କମ୍ପ୍ୟୁଟର ଜେନେରେଟେଡ ଡକ୍ୟୁମେଣ୍ଟ ଆଇଡେଣ୍ଟିଫିକେସନ ନମ୍ବର ରହିବ । ଏହାସହିତ ନୂତନ ନିଷ୍ପତି ଅନୁଯାୟୀ ଏବେ ଏହି ନମ୍ବର ଟ୍ୟାକ୍ସପେୟର୍ସଙ୍କୁ ମିଳୁଥିବା ସମସ୍ତ ଡକ୍ୟୁମେଣ୍ଟରେ ବାଧ୍ୟତାମୂଳକ ହୋଇଯାଇଛି ।
ଡିଆଇଏନ କଣ?
ଟ୍ୟାକ୍ସ ଡିପାର୍ଟମେଣ୍ଟ ନୋଟିସ ଜାରି କଲା ବେଳେ ସେଥିରେ ଡିଆଇଏନ ମାନେ ଡକ୍ୟୁମେଣ୍ଟ ଆଇଡେଣ୍ଟଫିକେସନ ନମ୍ବର ଲଗାଇଥାଏ । ଯଦି କୌଣସି ନୋଟିସ୍ ଉପରେ ଡିଆଇଏନ ନମ୍ବର ନାହିଁ ତେବେ ଏହା ବିଧିମାନ୍ୟ ନୁହେଁ ।