ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉତ୍ପାଦନ ଆଧାରିତ ପୋତ୍ସାହନ ଯୋଜନା (ପିଏଲଆଇ) ଅନୁଯାୟୀ ମୋବାଇଲ ଉତ୍ପାଦନର ୧୬ ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର । ଯୋଜନା ଅନୁଯାୟୀ ଦେଶୀ ବିଦେଶୀ କମ୍ପାନୀ ଗୁଡିକୁ ୧୧ ହଜାର କୋଟି ଟଙ୍କାର ପ୍ରୋତ୍ସାହନ ଦିଆଯିବ । ଏହାସହିତ ୫ ବର୍ଷ ମଧ୍ୟରେ ୧୦.୫ ଲକ୍ଷ କୋଟିର ମୋବାଇଲ ଉତ୍ପାଦନ କରାଯିବ ।
ସୂଚନା ଏବଂ ଇଲେକ୍ଟ୍ରନିକ୍ସ ମନ୍ତ୍ରାଳୟ ପକ୍ଷରୁ ଲାଭା, ମାଇକ୍ରୋମାକ୍ସ, ଡିକ୍ସନ ଟେକ୍ନୋଲଜି, ୟୁଟିଏଲ ନିୟୋଲିଂକ୍ସ ଏବଂ ଅପ୍ଟିମସ ଭଳି ଘରୋଇ କମ୍ପାନୀ ସହିତ ଆପଲର ସହଯୋଗୀ ବିନିର୍ମାଣ କମ୍ପାନୀ ଫାକ୍ସକାନ ହାନହାଇ, ବିଷ୍ଟ୍ରନ,ପେଜାଟ୍ରାନ, ସାମସଙ୍ଗ ଏବଂ ରାଇଜିଙ୍ଗ ଷ୍ଟାର ଭଳି ବିଦେଶୀ କମ୍ପାନୀର ପ୍ରସ୍ତାବକୁ ବି ମଞ୍ଚୁରୀ ଦିଆଯାଇଛି ।
ଯୋଜନା ଅନୁସାରେ ସରକାରଙ୍କ ନିକଟକୁ ୨୩ ପ୍ରସ୍ତାବ ଆସିଥିଲା । ସେଥିମଧ୍ୟରୁ ୧୬ ଟି ପ୍ରସ୍ତାବକୁଗ୍ରୀନ ସିଗନାଲ ମିଳିଛି । ସେହିପରି ୨୦୨୦ ମସିହା ଏପ୍ରିଲ ମାସରେ ପିଏଲଆଇ ଯୋଜନାକୁ ସୂଚିବଦ୍ଧ କରାଯାଇଥିଲା । ଯେଉଁଥିରେ ୪ ରୁ ୬ ପ୍ରତିଶତ ପ୍ରୋତ୍ସାହନ ଦେବାକୁ ପ୍ରସ୍ତୁତ ।