ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ମହାମାରୀର ପ୍ରକୋପକୁ ରୋକିବା ପାଇଁ ଦେଶବ୍ୟାପୀ ଏବେ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି । କେବଳ ଅତ୍ୟାବଶ୍ୟକ ସାମାନ ଦୋକାନ ଖୋଲା ରହିବା ଛଡା ଅନ୍ୟ ଦୋକାନ ବଜାର ସବୁ ବନ୍ଦ ରହିଛି । ଏନେଇ ଅନଲାଇନ୍ ସପିଙ୍ଗ ସାଇଟ୍ ଗୁଡିକ ବି ସେମାନଙ୍କର ସର୍ଭିସକୁ ସୀମିତ କରିଦେଇଛନ୍ତି ।
ଗତକାଲି ଫ୍ଲିପକାର୍ଟ ପକ୍ଷରୁ ଅର୍ଡର ଗ୍ରହଣ କରିବା ସେବା ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଥିଲା । ସେହିପରି ଆମାଜନ ପକ୍ଷରୁ କେବଳ ଜରୁରୀ ଜିନିଷ ଡେଲିଭର କରାଯିବ ବୋଲି କୁହାଯାଇଥିଲା । କିନ୍ତୁ ଆଜି ଫ୍ଲିପକାର୍ଟ ପକ୍ଷରୁ କେବଳ ଜରୁରୀ ଜିନିଷ ପାଇଁ ଅର୍ଡର ଗ୍ରହଣ କରାଯାଉଛି ।