ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; କମିଲା ପେଟ୍ରୋଲ ଓ ଡିଜେଲ ଦର । ଆନ୍ତର୍ଜାତିୟ ବଜାରରେ ତୈଲଦର କମିବାରୁ ଏହାର ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ଲଗାଦାର ଦୁଇଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ହୋଇଥିବା ଜଣାପଡିଛି । ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୯ ପଇସା ହ୍ରାସ ହୋଇଥିବା ବେଳେ ମୁମ୍ବାଇରେ ୩୮ ପଇସା ଓ ଭୁବନେଶ୍ୱରରେ ୨୮ ପଇସା ହ୍ରାସ ହୋଇଛି ।
ସେହିପରି ଡିଜେଲ ଲିଟର ପିଛା ଦିଲ୍ଲୀରେ ୧୨ ପଇସା ଶସ୍ତା ହୋଇଥିବା ବେଳେ ମୁମ୍ବାଇରେ ୧୩ ପଇସା ଓ ଭୁବନେଶ୍ୱରରେ ୩ ପଇସା ହ୍ରାସ ହୋଇଛି । ଅନ୍ୟପଟେ ଏବେ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୮୧.୯୯ ଟଙ୍କା ରହିଥିବା ବେଳେ ଡିଜେଲ୍ର ଲିଟର ପିଛା ଦର ୭୫.୩୬ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ୍ର ଲିଟର ପିଛା ୮୭.୪୬ ଟଙ୍କା ରହିଥିବା ବେଳେ ଡିଜେଲ୍ର ଲିଟର୍ ପିଛା ୭୯ ଟଙ୍କା ହୋଇଛି ।
ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଲିଟର ପିଛା ଦର ୮୦.୯୨ ରହିଥିବା ବେଳେ ଡିଜେଲ୍ର ଲିଟର୍ ପିଛା ଦର ୮୦.୯୮ ଟଙ୍କା ରହିଛି। ସେପଟେ ଗତ ଅକ୍ଟୋବର ୫ ତାରିଖରେ କେନ୍ଦ୍ରସରକାର ତେଲଦର ଉପରୁ ୨.୫୦ ଟଙ୍କା ହ୍ରାସ କରିଥିଲେ । କିନ୍ତୁ ଏହାପରେ ମଧ୍ୟ ତେଲଦର ବଢିଥିବାର ଦେଖାଯାଇଥିଲା ।