ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନୂତନ ବର୍ଷ ଆରମ୍ଭରୁ ଲଗାତର ତୃତୀୟ ଥର ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ହୋଇଛି । ଜାନୁଆରୀ ୧ ରେ ପେଟ୍ରୋଲ ଏବଂ ଡିଜେଲ ଦର ସ୍ଥିର ରହିଥିଲା କିନ୍ତୁ ଏହାପରେ ଜାନୁଆରୀ ୨ ଏବଂ ୩ ରେ ଏହାର ଦର ବୃଦ୍ଧି ହୋଇଥିଲା । ସେପଟେ ବାଗଦାଦ ବିମାନ ବନ୍ଦରରେ ଆମେରିକାର ଏୟାର ଷ୍ଟ୍ରାଇକ୍ ରେ ଇରାନର ଶୀର୍ଷ କମାଣ୍ଡର କାସିମ ସୁଲେମାନୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ତେଲ ଦର ବୃଦ୍ଧି ହୋଇଛି । ଶନିବାର ଦିନ ଦିଲ୍ଲୀରେ ପେଟ୍ରୋଲ ଦରରେ ୧୦ ପଇସା ଏବଂ ଜିଜେଲ ଦରରେ ୧୫ ପଇସା ବୃଦ୍ଧି ହୋଇଛି ।
ଇଣ୍ଡିଆନ୍ ଅଏଲ ୱେବସାଇଟ ମୁତାବକ,ଡିସେମ୍ବର ୪, ୨୦୨୦ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ହୋଇଛି । ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ୭୫.୪୫ ଟଙ୍କା ଏବଂ ଡିଜେଲ ଦର ୬୮.୪୦ । ସେହିପରି ମୁମ୍ବାଇରେ ପ୍ରତି ଲିଟର ପିଛା ପେଟ୍ରୋଲ ୮୧.୦୪ ଟଙ୍କା ଏବଂ ଡିଜେଲ ୭୧.୭୨ ଟଙ୍କା, କୋଲକାତାରେ ପେଟ୍ରୋଲ ଦର ୭୮.୦୪ ଟଙ୍କା ଏବଂ ଡିଜେଲ ୭୦.୭୬ ଟଙ୍କା ରହିଛି ଏବଂ ଚେନ୍ନାଇରେ ପେଟ୍ରୋଲ ଦର ୭୩.୨୮ ଟଙ୍କା ଓ ଡିଜେଲ ୭୮.୩୯ ଟଙ୍କା ରହିଛି ।