ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଏଇ କିଛି ଦିନ ହେବ ଲଗାତର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବାରେ ଲାଗିଛି । ଆଜି ବି ଡିଜେଲ ଦର ବୃଦ୍ଧି ହୋଇଛି କିନ୍ତୁ ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ପ୍ରଥମ ଥର ପାଇଁ ପେଟ୍ରୋଲ ଠାରୁ ଡିଜେଲ ଦର ମହଙ୍ଗା ହୋଇଛି । ଆଜି ଡିଜେଲ ଲିଟର ପିଛା ଦର ୪୮ ପଇସା ବୃଦ୍ଧି ହୋଇଛି ।
ଏହାପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୭୯ଟଙ୍କା ୭୬ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ଦର ୭୯ ଟଙ୍କା ୮୮ ପଇସାରେ ପହଁଚିଛି । ସେହିପରି କୋଲକାତା,ମୁମ୍ବାଇ ଏବଂ ଚେନ୍ନାଇ ରେ ପେଟ୍ରୋଲ ଲିଟର ପିଛା ଦର କ୍ରମଶଃ: ୮୧.୪୫, ୮୬.୫୪ ଏବଂ ୮୩.୦୪ ଥିବା ବେଳେ ଡିଜେଲ ଦର କ୍ରମଶଃ ୭୫.୦୬, ୭୮.୨୨ ଏବଂ ୭୭.୧୭ ରେ ପହଁଚିଛି ।
ମଙ୍ଗଳବାର ପେଟ୍ରୋଲ ଲିଟର ପିଛା ଦର ୨୦ ପଇସା ବୃଦ୍ଧି ହେବା ସହ ଡିଜେଲ ଲିଟର ପିଛା ଦର ୫୫ ପଇସା ବୃଦ୍ଧି ହୋଇଥିଲା ।
ପ୍ରତ୍ୟେକଦିନ ସକାଳ ଛଅ ଟାରୁ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ହୋଇଥାଏ । ଏହାପରେ ନୂତନ ଦର ଲାଗୁ ହୋଇଥାଏ ।