ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ଲଗାତର ତିନି ଦିନ ମଧ୍ୟରେ ବୃଦ୍ଧି ହେଲା ଡିଜେଲ ଦର । ତେଲ ଉତ୍ପାଦନ କମ୍ପାନୀ ପକ୍ଷରୁ ଡିଜେଲ ଲିଟର ପିଛା ଦରରେ ୨୧ ପଇସା ବୃଦ୍ଧି କରାଯାଇଛି । ସେହିଅନୁଯାୟୀ ରାଜଧାନୀ ଦିଲ୍ଲୀ ଏବଂ କୋଲକାତା ରେ ଡିଜେଲ ଲିଟର ପିଛା ୫୦ ପଇସା ମହଙ୍ଗା ହୋଇଛି । ସେହିପରି ମୁମ୍ବାଇ ଏବଂ ଚେନ୍ନାଇରେ ଡିଜେଲ ଲିଟର ପିଛା ଦର ୫୩ ପଇସା ବୃଦ୍ଧି ହୋଇଛି । ମାତ୍ର ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ଇଣ୍ଡିଆନ୍ ଅଏଲ ୱେବସାଇଟ ମୁତାବକ, ଦିଲ୍ଲୀ , କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇ ରେ ପେଟ୍ରୋଲ ଲିଟର ପିଛା ଦର କ୍ରମଶଃ ୭୪.୬୩ ଟଙ୍କା, ୭୭.୨୯ ଟଙ୍କା,୮୦.୨୯ ଟଙ୍କା ଏବଂ ୭୭.୫୮ ଟଙ୍କା ରହିଛି । କିନ୍ତୁ ଏହି ଚାରି ମହାନଗରରେ ଡିଜେଲ ଦର ବୃଦ୍ଧି ହୋଇ କ୍ରମଶଃ ୬୬.୫୪ ଟଙ୍କା, ୬୮.୯୫ ଟଙ୍କା, ୬୯.୮୦ ଟଙ୍କା ଏବଂ ୭୦.୩୪ ଟଙ୍କା ଲିଟର ପିଛା ଦର ରହିଛି ।
ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲ ଦରରେ ପରିବର୍ତ୍ତନ ହୋଇଥାଏ । ନୂତନ ଦର ପ୍ରତ୍ୟେକ ଦିନ ସକାଳ ୬ଟା ରେ ଲାଗୁ କରାଯାଇଥାଏ । ଏହି ଦରରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଆଦି ଯୋଡିବା ପରେ ଏହାର ଦର ଦୁଇଗୁଣା ହୋଇଯାଇଥାଏ ।