ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲଗାତର ଷଷ୍ଠ ଦିନରେ ପୁଣି ବୃଦ୍ଧି ହୋଇଛି ଡିଜେଲ ଦର । ମାତ୍ର ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ପେଟ୍ରୋଲ ଦର ସ୍ଥିର ରହିଛି । ତେଲ ଉତ୍ପାଦନ କମ୍ପାନୀ ପକ୍ଷରୁ ଡିଜେଲ ଦରରେ ଲିଟର ପିଛା ୫ ପଇସା ବୃଦ୍ଧି କରାଯାଇଛି ।
ସେହିଅନୁଯାୟୀ ଏହି ଛଅ ଦିନ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଡିଜେଲ ଲିଟର ପିଛା ୯୫ ପଇସା ବୃଦ୍ଧି ହୋଇଛି । ଇଣ୍ଡିଆନ୍ ଅଏଲ ୱେବସାଇଟ୍ ମୁତାବକ, ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ଦର କ୍ରମଶଃ: ୭୪.୬୩ ଟଙ୍କା, ୭୭.୨୯ ଟଙ୍କା, ୮୦.୨୯ ଟଙ୍କା ଏବଂ ୭୭.୫୮ ଟଙ୍କା ରହିଛି ।
ମାତ୍ର ଡିଜେଲ ଦର ବୃଦ୍ଧି ହୋଇ ଲିଟର ପିଛା ଦର କ୍ରମଶଃ :୬୬.୯୯ ଟଙ୍କା, ୬୯.୪୦ ଟଙ୍କା, ୭୦.୨୮ ଟଙ୍କା ଏବଂ ୭୦.୮୨ ଟଙ୍କା ହୋଇ ଯାଇଛି ।
ସୂଚନା ଯୋଗ୍ୟ,ନିୟମିତ ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ପରିବର୍ତ୍ତନ ହୋଇଥାଏ । ପ୍ରତ୍ୟେକ ଦିନ ସକାଳ ୬ଟାରୁ ନୂତନ ଦର ଲାଗୁ ହୋଇଥାଏ ।