ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଡଲାର ତୁଳନାରେ ପୁଣି କମିଲା ଟଙ୍କାର ମୂଲ୍ୟ। ରେକର୍ଡ ଟପିଲା ଡଲାର ତୁଳନାରେ ଟଙ୍କାର ମୂଲ୍ୟ। ୧ ଡଲାରର ମୂଲ୍ୟ ଏବେ ଭାରତୀୟ ମୁଦ୍ରାରେ ୭୨.୧୨ ପଇସାରେ ରହିଛି । ଦିନକୁ ଦିନ ଭାରତୀୟ ମୁଦ୍ରାର ମୂଲ୍ୟ ଡଲାର ତୁଳନାରେ ହ୍ରାସ ହେବାରେ ଲାଗିଥିବା ବେଳେ ଆଜି ସର୍ବକାଳୀନ ରେକର୍ଡ ଭଙ୍ଗ କରି ୭୨.୧୨ ପଇସାରେ ପହଞ୍ଚିଛି ଟଙ୍କାର ମୂଲ୍ୟ । ଅର୍ଥାତ ୧ ଡଲାର ଏବେ ୭୨ ଟଙ୍କା ସହ ସମାନ । ଆଜି ଇଣ୍ଟର୍ ବ୍ୟାଙ୍କ ଫରେନ୍ ଏକ୍ସଚେଞ୍ଜ ମାକେର୍ଟ ଖୋଲିବା ସମୟରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୧.୬୭ ଥିଲା। ତେବେ ପରେ ଷ୍ଟକ ଏକ୍ସଚେଞ୍ଜରେ ଭାରତୀୟ ମୁଦ୍ରାର ମୂଲ୍ୟ ୩୭ ପଇସା ହ୍ରାସ ହୋଇଥିଲା । ଯାହାଦ୍ୱାରା ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ହୋଇ ୭୨ ଟଙ୍କା ୧୨ ପଇସା ରେ ପହଞ୍ଚିଛି ।
ସୁଚନାଯୋଗ୍ୟ , ଗତକାଲି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୧.୭୫ ପଇସା ଥିଲା । କିନ୍ତୁ ଆଜି ଇଣ୍ଟର୍ ବ୍ୟାଙ୍କ ଫରେନ୍ ଏକ୍ସଚେଞ୍ଜ ମାକେର୍ଟ ଖୋଲିବା କ୍ଷଣି ମୁଦ୍ରାର ମୂଲ୍ୟରେ ୩୭ ପଇସା ହ୍ରାସ ହୋଇଥିଲା । ଯାହାଫଳରେ ଡଲାରର ମୂଲ୍ୟ ଭାରତୀୟ ମୁଦ୍ରା ୭୨.୧୨ ପଇସା ରେ ପହଞ୍ଚିଛି । ସେପଟେ ଆନ୍ତର୍ଜାତୀୟ ବଜାରରେ ବାରମ୍ବାର ଆସ୍ଥିରତା ଲାଗି ରହିବା ଯୋଗୁ ଏହା ଭାରତୀୟ ମୁଦ୍ରାର ମୂଲ୍ୟ ଉପରେ ପ୍ରଭାବ ପକାଉଛି ବୋଲି ବିଶେଷଜ୍ଞ ମାନେ ଅନୁମାନ କରୁଛନ୍ତି । ତେବେ ଚଳିତ ବର୍ଷ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୨% ହ୍ରାସ ପାଇଛି ବୋଲି ଜଣାପଡିଛି ।