ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପଞ୍ଜାବ ବ୍ୟାଙ୍କ ଠକେଇ ମାମଲାରେ ଭାରତରୁ ପଳାତକ ଘୋଷିତ ହୋଇଥିବା ହୀରା ବ୍ୟବସାୟୀ ମେହୁଲ ଚୋକସୀକୁ ବଡ ଝଟକା । ଚୋକସୀକୁ ବେଲ ଦେବାକୁ ମନା କରିଦେଇଛନ୍ତି ଡୋମିନିକା ମାଜିଷ୍ଟ୍ରେଟ କୋର୍ଟ । ଆଣ୍ଟିଗୁଆରୁ ନିଖୋଜ ଥିବା ଚୋକସୀ ନିକଟରେ ଡୋମିନିକାରୁ ଧରା ହୋଇଥିଲା । ବେଆଇନ ପ୍ରବେଶ ଅଭିଯୋଗରେ ତାକୁ ଗିରଫ କରାଯିବା ସହ ଗତକାଲି ଏହି ମାମଲାର ଶୁଣାଣି ଥିଲା ।
ଏନେଇ ଚୋକସୀଙ୍କ ଓକିଲ ବିଜୟ ଅଗ୍ରୱାଲ କହିଛନ୍ତି କି, ବର୍ତ୍ତମାନ ଆମେ ଉଚ୍ଚ ନ୍ୟାୟାଳୟକୁ ଯିବା। ଏହାପୂର୍ବରୁ ଚୋକସିଙ୍କ ଓକିଲ ଦାବି କରିଥିଲେ ଯେ ତାଙ୍କୁ ଆଣ୍ଟିଗୁଆ ଏବଂ ବାରବୁଡାରୁ ଅପହରଣ କରି ଜବରଦସ୍ତ କାରିବିଆନ୍ ଦେଶକୁ ଅଣାଯାଇଥିଲା। ତାଙ୍କ ଗ୍ରାହକ ପୋଲିସ ହେପାଜତରେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି ଏବଂ ତାଙ୍କୁ ଆଣ୍ଟିଗୁଆ ଏବଂ ବାରବୁଦାକୁ ପଠାଯାଇଛି। ଚୋକ୍ସିଙ୍କୁ ଭାରତ ଆଣିବା ପାଇଁ ଡୋମିନିକାରେ ସିବିଆଇର ଡେପୁଟି ଇନ୍ସପେକ୍ଟର ଜେନେରାଲଙ୍କ ନେତୃତ୍ୱରେ ବିଭିନ୍ନ ଏଜେନ୍ସିର ଅଧିକାରୀଙ୍କ ଏକ ଟିମ୍ ଉପସ୍ଥିତ ଅଛନ୍ତି।