ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜିଓ ଗିଗାଫାଇବର ଲଞ୍ଚିଂ ହେବା ପାଇଁ ମାତ୍ର ଆଉ କିଛି ଦିନ ବାକି ଅଛି । ସେପ୍ଟମ୍ବର ୫ରେ ଆଧିକାରିକ ରୂପେ ଗିଗାଫାଇବର ଲଞ୍ଚ କରାଯିବ । ଏହାପୂର୍ବରୁ ଅନ୍ୟ ବ୍ରଡବ୍ୟାଣ୍ଡ କମ୍ପାନୀ ପକ୍ଷରୁ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ରଖାଯାଇଛି । କିଛି ଦିନ ପୂର୍ବରୁ ଟାଟା ଏବଂ ଏୟାରଟେଲ ପକ୍ଷରୁ ଗ୍ରାହକଙ୍କ ପାଇଁ ଅତିରିକ୍ତ ଡାଟାର ଘୋଷଣା କରାଯାଇଥିଲା । ସେହିପରି ଏବେ ଆଉ ଏକ କମ୍ପାନୀ ପକ୍ଷରୁ ମାତ୍ର ୫୦୦ ଟଙ୍କାରେ ୧୦୦ ଏମବିପିଏସ ସ୍ପିଡର ବ୍ରଡବ୍ୟାଣ୍ଡ ପ୍ଲାନ୍ ଘୋଷଣା କରାଯାଇଛି । ତେବେ ଆସନ୍ତୁ ଜାଣିବା ଏସମ୍ପର୍କରେ..
ରିପୋର୍ଟ ମୁତାବକ, ଏକ୍ସସାଇଟେଲ ବ୍ରଡବ୍ୟାଣ୍ଡ ପକ୍ଷରୁ ଗିଗାଫାଇବରକୁ ଟକ୍କର ଦେବା ଲାଗି ଗ୍ରାହକଙ୍କ ପାଇଁ ୫୦୦ ଟଙ୍କାରେ ୧୦୦ ଏମବିପିଏସ ପ୍ଲାନ ଦେବାର ଘୋଷଣା କରାଯାଇଛି । ଏକ୍ସସାଇଟେଲ କୌଣସି ବଡ କମ୍ପାନୀ ନୁହେଁ । ବର୍ତ୍ତମାନ ଏହା ଦିଲ୍ଲୀ, ହାଇଦ୍ରାବାଦ ଏବଂ ଜୟପୁରରେ ତାର ସେବା ଯୋଗାଉଛି । ଦିଲ୍ଲୀ ଏନସିଆରରେ ଏକ୍ସସାଇଟେଲ ର ୧୦୦ ଏମବିପିଏସ ପ୍ଲାନର ପାରମ୍ଭିକ ପର ୬୯୯ ରହିଛି । ସେହିପରି ତିନି ମାସିଆ ପ୍ଲାନ ପାଇଁ ପ୍ରତି ମାସରେ ୫୨୫ ଟଙ୍କା ଦେବାକୁ ପଡିବ । ଏହାବ୍ୟତିତ ଏକସଙ୍ଗରେ ଛଅ ମାସର ପ୍ଲାନ ପାଇଁ କମ୍ପାନୀ କେବଳ ୪୯୦ ଟଙ୍କା ପ୍ରତି ମାସରେ ନେଉଛି । ସେହିପରି ୧୨ ମାସିଆ ପ୍ଲାନ ପାଇଁ ୪୩୬ ଟଙ୍କା ଲାଗିବ । ଏହାସହିତ କମ୍ପାନୀ ପକ୍ଷରୁ ଗ୍ରାହକଙ୍କୁ ଡୁଆଲ ବ୍ୟାଣ୍ଡ ୱାଇ ଫାଇ ଫାଇବର ରାଉଟର ବି ଦିଆ ଯିବାର ସୁବିଧା ରହିଛି । ଏଥିପାଇଁ ଗ୍ରାହକଙ୍କୁ ୨୦୦୦ ଟଙ୍କା ସିକ୍ୟୁରିଟି ଆକାରରେ ଦେବାକୁ ପଡିବ ।