ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିକଟରେ ସାମସଙ୍ଗ ତାର ଗାଲାକ୍ସି ଏସ୨୦ ସିରିଜ୍ ଲଞ୍ଚ କରିଛି । ଏହି ସିରିଜ୍ ରେ ଗାଲାକ୍ସି ଏସ୨୦, ଗାଲାକ୍ସି ଏସ୨୦ ପ୍ରୋ ଏବଂ ଗାଲାକ୍ସି ଏସ୨୦ ଅଲ୍ଟ୍ରା ଲଞ୍ଚ କରାଯାଇଛି ।
ଏହି ତିନୋଟି ଯାକ ସ୍ମାର୍ଟଫୋନ୍ ର ଡୀଜାଇନ୍ ଗାଲାକ୍ସି ଏସ୧୦ ଲାଇଟ, ଗାଲାକ୍ସି ନୋଟ୍ ୧୦ ଲାଇଟ ଭଳି କରାଯାଇଛି । ଗାଲାକ୍ସି ଏସ୨୦ ସିରିଜ୍ ପରେ କମ୍ପାନୀ ତାର ଆଗାମୀ ଫ୍ଲାଗସିପ୍ ସ୍ମାର୍ଟଫୋନ୍ ସିରିଜ୍ ଗାଲାକ୍ସି ନୋଟ ୨୦ ଉପରେ କାମ କରୁଛି । ସେପଟେ ସାମସଙ୍ଗ ଗାଲାକ୍ସି ନୋଟ୍ ୨୦ ସିରିଜ୍ ର ରେଣ୍ଡର ଇମେଜ୍ ମାଇକ୍ରୋବ୍ଲଗିଙ୍ଗ ସାଇଟ ଟ୍ୱିଟରରେ ନିକଟରେ ସେୟାର କରାଯାଇଛି । ଏହି ରେଣ୍ଡରରେ ସ୍ମାର୍ଟଫୋନ୍ ସିରିଜ୍ ର ତିନୋଟି ମଡେଲର ଫଟୋ ସେୟାର କରାଯାଇଛି । ଏହି ତିନୋଟି ସ୍ମାର୍ଟଫୋନ୍ ସାମସଙ୍ଗ ଗାଲାକ୍ସି ଏସ୨୦ ସିରିଜ୍ ଭଳି ଦୃଶ୍ୟମାନ ହେଉଛି ।
ସୂଚନାଯୋଗ୍ୟ,ଦମଦାର୍ କ୍ୟାମେରା ଏବଂ ପ୍ରୋସେସର ସହିତ ନିକଟରେ ଲଞ୍ଚ ହୋଇଛି ସାମସଙ୍ଗ ଗାଲାକ୍ସି ଏସ୨୦ ସିରିଜ୍ ର ତିନୋଟି ସ୍ମାର୍ଟଫୋନ୍ । ଏହାସହିତ କମ୍ପାନୀ ଏଥରକ ତାର ଅଲ୍ଟ୍ରା ଏଡିଶନ ଲଞ୍ଚ କରିଛି । ଯାହା ସିରିଜ୍ ମଧ୍ୟରେ ସବୁଠାରୁ ପ୍ରିମିୟମ ସ୍ମାର୍ଟଫୋନ୍ । ଗାଲାକ୍ସି ଏସ୨୦ ଅଲ୍ଟ୍ରାର ଆରମ୍ଭ ଦର ଭାରତରେ ୯୨,୯୯୯ ଟଙ୍କା ରହିଛି । ଯଦି ଆମେ ଏହାର ଫିଚର୍ସ କଥା କହିବା ତେବେ ଏଥିରେ ୧୦୮ ଏମପି ର ପ୍ରାଇମେରୀ କ୍ୟାମେରା ସେଂସର ରହିଛି । ଏହାସହିତ ୪୮ଏମପି ର ଅଲ୍ଟ୍ରା ୱାଇଡ ସେଂସର ଦିଆଯାଇଛି । ସେହିପରି ଫୋନ୍ ରେ ୪୦ ଏମପି ର ସେଲ୍ଫି କ୍ୟାମେରା ଦିଆଯାଇଛି ।