ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୀପାବଳୀ ପରଠୁ ସୁନା ଏବଂ ଚାନ୍ଦୀ ଦରରେ ହ୍ରାସ ଘଟିଛି । ୧୦ ଗ୍ରାମ ସୁନା ଦରରେ ପାଖାପାଖି ୩୫୭ ଟଙ୍କା ହ୍ରାସ ପାଇଛି । ଏହାପରେ ରାଜଧାନୀ ଦିଲ୍ଲରେ ସୁନା ଗ୍ରାମ ସୁନାର ଦାମ ୫୦, ୨୫୩ ଟଙ୍କା ହୋଇଯାଇଛି । ଗତକାଲି ୧୦ ଗ୍ରାମ ସୁନାକୁ ୫୦, ୬୧୦ ଟଙ୍କାରେ ବିକ୍ରି କରାଯାଇଥିଲା । ସେହିପରି ଚାନ୍ଦୀର ଦର ମଧ୍ୟ ହ୍ରାସ ହୋଇଛି । ଚାନ୍ଦୀ ଦରରେ ୫୩୨ ଟଙ୍କା କମିଛି । ଦିଲ୍ଲୀରେ ଏକ କିଲୋଗ୍ରାମ ଚାନ୍ଦୀର ଦାମ ୬୨,୬୩୯ ଟଙ୍କା ରହିଛି ।
ଆଗକୁ ଆସୁଛି ବାହାଘର ସିଜିନ୍ । ଏହାପୂର୍ବରୁ ସୁନା ଏବଂ ଚାନ୍ଦୀ ଦରରେ ହ୍ରାସ ଘଟିଛି । ଲଗାତର ୪ ଦିନ ହେବ ସୁନା ଏବଂ ଚାନ୍ଦୀର ଦାମ କମିବାରେ ଲାଗିଛି ।
ବିଶ୍ୱ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ଘଟିଛି। ଆନ୍ତର୍ଜାତୀୟ ସ୍ତରରେ ସୁନା ମୂଲ୍ୟ ୧,୮୮୨ ଡଲାରରେ ଥିଲା । ଏହି ସମୟରେ ରୂପା ଏକ ଅନ୍ସ ୨୪.୫୭ ଡଲାରରେ ଥିଲା ।