ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଜାରି ବଜେଟ ୨୦୨୧ ରେ ଆୟତ ଶୁଳ୍କ ହ୍ରାସର ଘୋଷଣା ହେବା ପରେ ସୁନା ଦର ହ୍ରାସ ହେବାରେ ଲାଗିଛି । ଗତ ଚାରି ଦିନ ମଧ୍ୟରେ ସୁନା ଦରରେ ପାଖାପାଖି ଦୁଇ ହଜାର ଟଙ୍କା ହ୍ରାସ ପାଇଛି । ସେହିପରି ଆଜି ବି ସୁନା ଦରରେ ହ୍ରାସ ଘଟିଛି ।
ଭାରତୀୟ ବଜାରରେ ସୁନା ଦରରେ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ଏମସିଏକ୍ସରେ ଆଜି ସୁନା ଉପରେ ୦.୫୬ ପ୍ରତିଶତ ହ୍ରାସ ହୋଇଛି । ଏହାସହିତ ୧୦ ଗ୍ରାମ ପ୍ରତି ସୁନା ଦର ୪୭୫୪୯ ଟଙ୍କାରେ ପହଁଚିଛି ।
ସେହିପରି ଏମସିଏକ୍ସରେ ଚାନ୍ଦୀ ଦରରେ ମଧ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ଚାନ୍ଦୀ ଦରରେ ଏକ ପ୍ରତିଶତ ହ୍ରାସ ଘଟିଛି । ଏହାପରେ ପ୍ରତି କିଲୋଗ୍ରାମ ଚାନ୍ଦୀର ଦାମ୍ ୬୭,୮୪୮ ରେ ପହଁଚିଛି ।