ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଜେଟ୍ ଏୟାରୱେଜ୍ ପରେ ଏବେ ଏୟାର ଇଣ୍ଡିଆ ବି ଜଟିଳ ପରିସ୍ଥିତି ଦେଇ ଗତି କରୁଛି । ଏୟାର ଇଣ୍ଡିଆର ୧୦୦ ପ୍ରତିଶତ ସେୟାରହୋଲ୍ଡିଂକୁ କେନ୍ଦ୍ରସରକାର ବିକ୍ରି କରି ପାରନ୍ତି । ସେପଟେ ଅକ୍ଟୋବର ମାସ ପରେ ଏୟାର ଇଣ୍ଡିଆ ତାର କର୍ମଚାରୀଙ୍କୁ ବେତନ ଦେବା ପାଇଁ ଅକ୍ଷମ ହୋଇପଡିବ ।
ମିଡିଆ ରିପୋର୍ଟ ମୁତାବକ, ଏୟାର ଇଣ୍ଡିଆଠାରୁ ସରକାର ଅଲଗା ହୋଇ ପାରନ୍ତି । ନିବେଶ ଏବଂ ସାର୍ବଜନିକ ସମ୍ପତି ପ୍ରବନ୍ଧନର ସଚିବ ଅତାନୁ ଚକ୍ରବର୍ତ୍ତି କହିଛନ୍ତି କି , ଏବେ ଏନେଇ କୌଣସି ଅନ୍ତିମ ନିର୍ଣ୍ଣୟ ନିଆଯାଇ ନାହିଁ । ତାଙ୍କ କହିବାନୁଯାୟୀ ନିବେଶକ ଦ୍ୱାରା କମ୍ପାନୀରେ ସେୟାରହୋଲ୍ଡିଂ କିଣିବା ଦ୍ୱାରା ସରକାରଙ୍କୁ କୌଣସି ଆପତି ହେବ ନାହିଁ ।
ଏୟାର ଇଣ୍ଡିଆକୁ ବିକ୍ରି କରିବା ପାଇଁ ଗତବର୍ଷ ବି ସରକାର ଚାହୁଁଥିଲେ । କିନ୍ତୁ ତେଲ ଦର ଅସ୍ଥିରତା ଯୋଗୁଁ ସରକାରଙ୍କ ପକ୍ଷରୁ ଏହି ପ୍ରାୟସକୁ ରୋକି ଦିଆ ଯାଇଥିଲା । ମାତ୍ର ଏବେ ସରକାର ପୁଣି ଥରେ ଏହାକୁ ବିକ୍ରି କରିବାକୁ ସକ୍ରିୟ ହୋଇଛନ୍ତି ।
କମ୍ପାନୀ ର ପୁରା ସେୟାରହୋଲ୍ଡିଂ ବିକ୍ରି କରିବାର ପ୍ରସ୍ତାବ ନିତି ଆୟୋଗ ପକ୍ଷରୁ ଦିଆଯାଇଥିଲା । କିନ୍ତୁ ଏକ ରଣନୀତି ନିବେଶକୁ ୭୪ ପ୍ରତିଶତ ସରକାର ପକ୍ଷରୁ ବିକ୍ରି କରିବାକୁ ଦିଆଯାଇଥିଲା ।