ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଥମେ ଆଞ୍ଚଳିକ ଭାଷା ତାପରେ ଯାଇ ହିନ୍ଦୀ ଏବଂ ଇଂରାଜୀ । ଆଜ୍ଞା ହଁ ଏବେ ସମସ୍ତ ବିମାନବନ୍ଦରରେ ପ୍ରତ୍ୟେକ ସୂଚନା ଆଞ୍ଚଳିକ ଭାଷାରେ ହିଁ ଘୋଷଣା କରାଯିବ । ଏନେଇ ବିମାନ ଚଳାଚଳ ବିଭାଗ ମନ୍ତ୍ରୀ ସୁରେଶ ପ୍ରଭୁ ନିର୍ଦ୍ଦଶ ଦେଇଛନ୍ତି ।
ଅଫିିସିଆଲ ସୂତ୍ରରୁ ଜାଣିବାକୁ ମିଳିଛି କି , ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) ନିଜ ନିୟନ୍ତ୍ରଣରେ ଥିବା ସମସ୍ତ ବିମାନ ବନ୍ଦରକୁ ନିର୍ଦ୍ଦେଶ ଦେଇଛନ୍ତି କି, ଯେକୌଣସି ସାର୍ବଜନିକ ଘୋଷଣା ପ୍ରଥମେ ଆଞ୍ଚଳିକ ଭାଷାରେ ତାପରେ ଯାଇ ହିନ୍ଦୀ ଏବଂ ଇଂରାଜୀ ଭାଷାରେ କରାଯିବ ।
ଏହି ନିର୍ଦ୍ଦେଶ ଘରୋଇ ବିମାନବନ୍ଦରରେ ମଧ୍ୟ ଲାଗୁ କରାଯିବ । ଏନେଇ ପୂର୍ବରୁ ୨୦୧୬ ମସିହାରେ ଏଏଆଇ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା । ଏହାବ୍ୟତିତ ସରକାରଙ୍କ ପକ୍ଷରୁ ମଧ୍ୟ ସାର୍ବଜନିକ ଘୋଷଣା ଆଞ୍ଚଳିକ ଭାଷାରେ କରିବାକୁ ନେଇ ଅନେକ ଥର ଦାବି କରାଯାଇଛି ।