ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସବୁଠାରୁ ବଡ ସ୍ନାକ୍ସ କମ୍ପାନୀ ତଥା ହଳଦୀରାମର ମାଲିକ ମହେଶ ଅଗ୍ରୱାଲଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା । ସେ ଗମ୍ଭୀର ଭାବେ ଯକୃତ ରୋଗରେ ପୀଡିତ ଥିଲେ । ସେଥିପାଇଁ ଗତ ତିନି ମାସ ହେବ ତାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା ।
ମାତ୍ର ବର୍ତ୍ତମାନର ସ୍ଥିତିକୁ ଦେଖି ତାଙ୍କ ମର ଶରୀରକୁ ଭାରତ ଆଣିବାରେ ସକ୍ଷମ ହୋଇପାରି ନାହାନ୍ତି ତାଙ୍କ ପରିବାର । ସେଠାକାର ନିୟମ ଅନୁଯାୟୀ ଶୁକ୍ରବାର ସେଠାରେ ତାଙ୍କ ଶବ ଦାହ ପାଇଁ ପରିବାର ଲୋକଙ୍କୁ ସହମତି ହେବାକୁ ପଡିଥିଲା । ସେହି ସମୟରେ ଅଗ୍ରୱାଲଙ୍କ ପତ୍ନୀ ମୀନା ଏବଂ ଝିଅ ଅବ୍ନି ତାଙ୍କ ସହିତ ଥିଲେ । ଏବେ ସେମାନେ ଘରକୁ ଫେରିବା ପାଇଁ ବ୍ୟତିବ୍ୟସ୍ତ ହେଉଛନ୍ତି କିନ୍ତୁ ବର୍ତ୍ତମାନର ସ୍ଥିତିରେ ଏଭଳି କରିବା ଅସମ୍ଭବ ।
ବାପାଙ୍କୁ ହରାଇବା ପରେ ସିଙ୍ଗାପୁରରୁ ଝିଅ ଅବ୍ନି କହିଛନ୍ତି କି, ଆମେ ବାପାଙ୍କୁ ବଞ୍ଚାଇ ପାରିଲୁ ନାହିଁ କିନ୍ତୁ କୋଲାକାତାରେ ବ୍ୟବସାୟ ଅଚାନକ୍ ଅନାଥ ହୋଇଗଲା, ତାକୁ ବଞ୍ଚାଇବା ଲାଗି ଆମକୁ ଯିବାକୁ ପଡିବ ।
ଅଗ୍ରୱାଲଙ୍କ ଗୋଟେ ପୁଅ ଏବଂ ତିନୋଟି ଝିଅ ରହିଛନ୍ତି । ସେମାନଙ୍କ ମଧ୍ୟରୁ ବଡ ପୁଅ ପ୍ରତିକ କୋଲକାତାରେ ରହୁଛନ୍ତି, ବଡ ଝିଅ ଆଞ୍ଚଲ ଜଣେ ବୈଜ୍ଞାନିକ ସେଥିପାଇଁ ସେ ସାନ ଫ୍ରାନସିସ୍କୋର ସାନଡିସ୍କରେ କାମ କରୁଛନ୍ତି । ଆଉ ଦୁଇ ଝିଅ ପାଠ ପଢୁଛନ୍ତି ।