ମୁମ୍ବାଇ (ଏଟିଆର ବ୍ୟୁରୋ): ହିରୋ ମୋଟୋକର୍ପ ତାର କିଛି ପ୍ରଡକ୍ଟକୁ ସ୍ପେଶାଲ-ଏଡିଶନ ରୂପେ ବଜାରରେ ଲଞ୍ଚ କରିଛି । ଏହି ତାଲିକାରେ ଏବେ ସ୍କୁଟର ଡେଷ୍ଟିନି ୧୨୫ ଏବଂ ମାଇଷ୍ଟ୍ରୋ ଏଜ୍ ୧୧୦ ମଧ୍ୟ ସାମିଲ ଅଛି । କମ୍ପାନୀ ଏହି ଦୁଇଟି ସ୍କୁଟର୍ସର ୧୦୦ ମିଲିଅନ ସ୍ପେଶାଲ ଏଡିଶନକୁ ଲଞ୍ଚ କରାଯାଇଛି । ହିରୋ ଡେଷ୍ଟିନି ୧୨୫ ର ୧୦୦ ମିଲିଅନ ସ୍ପେଶାଲ ଏଡିଶନ କୁ ୭୨, ୨୫୦ ଟଙ୍କାରେ ଲଞ୍ଚ କରାଯାଇଥିବା ବେଳେ ମାଇଷ୍ଟ୍ରୋ ଏଜ ୧୧୦ କୁ ୬୫, ୨୫୦ ଟଙ୍କାରେ ଲଞ୍ଚ କରାଯାଇଛି ।
ସ୍କୁଟର୍ସ ଏହି ସ୍ପେଶାଲ ଏଡିଶନକୁ କମ୍ପାନୀ ନୂତନ ପେଣ୍ଟ ସ୍କିମ ସହ ବଜାରକୁ ଆଣିଛି ଏବଂ ଏଥିରେ କୌଣସି ଅପଡେଟ କରାଯାଇ ନାହିଁ । ଏହାର ଡିଜାଇନ୍, ଫିଚର୍ସ ଏବଂ ସ୍ପେସିଫିକେସନନ୍ସକୁ ଷ୍ଟାଣ୍ଡାର୍ଡ ଭ୍ୟାରିଏଣ୍ଟ ଭଳି ରଖାଯାଇଛି ।
ସେହିପରି ଯଦି ଇଞ୍ଜିନ କଥା କହିବା ତେବେ ଡେଷ୍ଟିନି ୧୨୫ ର ୧୦୦ ମିଲିଅନ ଏଡିସନ୍ ରେ ୧୨୪.୬ ସିସିର ଇଞ୍ଜିନ୍ ର ବ୍ୟବହାର କରାଯାଇଛି । ଯାହା ୭୦୦୦ ଆରପିଏମରେ ୯ ବିଏଚପି । ପାୱର ଏବଂ ୧୦.୪ ଏନଏମର ଟାର୍କ ଜେନେରେଟ କରିଥାଏ । ସେହିପରି ମାଇଷ୍ଟ୍ରୋ ଏଜ୍ ୧୧୦ ର ୧୦୦ ମିଲିଅନ୍ ଏଡୀସନ୍ ରେ ୧୧୦.୯ ସିସି ର ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ଲାଗିଛି । ଯାହା ୭୨୫୦ ଆରପିଏମ ରେ ୮.୦୪ ପିଏଚପି ର ପାୱର ଏବଂ ୮.୭ ନ୍ୟୁଟନ ମିଟରର ଟାର୍କ ଜେନେରେଟ କରେ ।