ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଗୋଟେପଟେ ଦେଶରେ ଏବେ ତେଲ ଦର ହୁ ହୁ ହୋଇ ବଢୁଛି । ଅନ୍ୟପଟେ କମ୍ପାନୀ ଗୁଡିକ ଏବେ ଇଲେକ୍ଟ୍ରିକ ଗାଡି ପ୍ରତି ଧ୍ୟାନ ଦେଉଛନ୍ତି । ଏହି ଇଲେକ୍ଟ୍ରିକ ଗାଡିର ଫାଇଦା ହେଉଛି ପ୍ରଦୂଷଣ କମ ହେବ । ଏହାକୁ ଦୃଷ୍ଟିରେ ରଖି ଏବେ ବାଇକ ନିର୍ମାଣ କରୁଥିବା କମ୍ପାନୀ ହିରୋ ମୋଟେକର୍ପ ବି ଇଲେକ୍ଟ୍ରିକ ଗାଡିର ସେଗମେଣ୍ଟରେ ପାଦ ଥାପିବାକୁ ଯାଉଛି । ରିପୋର୍ଟ ମୁତାବକ, ଖୁବ୍ ଶୀଘ୍ର ବଜାରରେ ଇଲେକ୍ଟ୍ରିକ ବାଇକ ଲଞ୍ଚ କରିବ ହିରୋ ମୋଟୋକର୍ପ ।
ଏହାପୂର୍ବରୁ ଟିଭିଏସ କମ୍ପାନୀ, ହୋଣ୍ଡା, ଏବଂ ରୟାଲ ଏନଫିଲ୍ଡ ମଧ୍ୟ ଇଲେକ୍ଟ୍ରିକ ଗାଡି ନିର୍ମାଣ କରିବା ପାଇଁ ଘୋଷଣା କରି ସାରିଛନ୍ତି । ହିରୋ ମୋଟୋକର୍ପ ବହୁତ ଶୀଘ୍ର ଇଲେକ୍ଟ୍ରିକ ବାଇକ ଲଞ୍ଚ କରିବ । ଅବଶ୍ୟ କମ୍ପାନୀ ପକ୍ଷରୁ ଏଥିପାଇଁ କୌଣସି ସମୟ ନିର୍ଦ୍ଧାରଣ କରାଯାଇନାହିଁ । କିନ୍ତୁ ୨୦୨୨ ସୁଧା କମ୍ପାନୀ ତାର ଇଲେକ୍ଟ୍ରିକ ବାଇକ ଲଞ୍ଚ କରିବ ବୋଲି ଅନୁମାନ କରାଯାଉଛି ।