ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଡେବିଟ୍ ଆଉ କ୍ରେଡିଟ୍ କାର୍ଡ ଗୁଡିକ ଆସିବା ପରେ ବ୍ୟାଙ୍କ ଟ୍ରାନ୍ସାକସନ ବହୁତ ସହଜ ହୋଇ ଯାଇଛି । ଆଉ ଘଣ୍ଟା ଘଣ୍ଟା ଧରି ବ୍ୟାଙ୍କରେ ଲାଇନ ଦେବାକୁ ପଡୁନାହିଁ । ମାତ୍ର କିଛି ସେକେଣ୍ଡରେ କାମ ହୋଇଯାଉଛି । ଆପଣମାନେ ମଧ୍ୟ କୌଣସି ନା କୌଣସି ବ୍ୟାଙ୍କର ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିବେ ।
ମାତ୍ର ଅଳ୍ପ କିଛି ଦିନ ହେବ ବ୍ୟାଙ୍କ ଗୁଡିକ ଟ୍ରାନ୍ସାକସନକୁ ଆହୁରି ସହଜ ଓ ସମୟ ସାପେକ୍ଷ କରିବା ପାଇଁ ଡେବିଟ୍ ଓ କ୍ରେଡିଟ୍ କାର୍ଡ ଗୁଡିକରେ ୱାଇଫାଇ ଚିଫ୍ ଯୁକ୍ତ କରିଛି । ଯାହା ଫଳରେ ଆପଣଙ୍କୁ ଆଉ କାର୍ଡ ସ୍ୱାଇପ୍ କରିବାକୁ ପଡିବନି । ଖାଲି କାର୍ଡ ଟ୍ୟାପ କରିବା ଦ୍ୱାରା ହିଁ ଆପଣ ଆପଣଙ୍କ ଟ୍ରାନ୍ସାକସନ ଅତି ସହଜରେ ପୂର୍ବ ପରିକା କରିପାରିବେ ।
କିନ୍ତୁ ଏହି ୱାଇଫାଇ କାର୍ଡ ପାଇଁ ଆପଣ ଆପଣଙ୍କ ଝାଳବୁହା ଧନ ହରାଇ ପାରନ୍ତି । ଯଦି ଆପଣଙ୍କ ପାଖରେ ଏହି ୱାଇଫାଇ କାର୍ଡ ଅଛି କିମ୍ବା ଆପଣ ଏହି ୱାଇଫାଇ କାର୍ଡ ବ୍ୟବହାର କରୁଛନ୍ତି ତେବେ ସାବଧାନ ।
ନିକଟରେ ଦିଲ୍ଲୀ ପୋଲିସ ଏମିତି ଏକ ଠକ ସଂସ୍ଥାକୁ ଧରିଛି ଯେଉଁମାନେ କି ଲୋକମାନଙ୍କର ୱାଇଫାଇ କାର୍ଡରୁ ସେମାନଙ୍କ ଅଜଣାତରେ ଟଙ୍କା ଠକି ନେଉଛନ୍ତି ।
ୱାଇଫାଇ କାର୍ଡରେ ବିନା ପିନ୍ରେ କେବଳ ଟ୍ୟାପ କରି ଗୋଟିଏ ସମୟରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଯାଇପାରିବ । ଏବଂ ଠକ ମାନେ ଏହି ଟେକ୍ନୋଲଜି କୁ ବ୍ୟବହାର କରି ଲୋକମାନଙ୍କର ଟଙ୍କା ଅତି ସହଜରେ ହଡପ କରି ନେଉଛନ୍ତି ।
କାର୍ଡଟି ଆପଣଙ୍କ ୱାଲେଟ କିମ୍ବା ପକେଟରେ ଥିଲେ ମଧ୍ୟ ପିଓଏସ (ପଏଣ୍ଟ ଅଫ ସେଲ) ମେସିନ ଦ୍ୱାରା କାର୍ଡରୁ ଟଙ୍କା ଉଠା ଯାଇ ପାରୁଛି । କେବଳ ଆପରଙ୍କ ପକେଟରେ ଟଚ୍ କରି ଠକମାନେ ଏହିପରି ଭାବରେ ଆପଣଙ୍କ ଟଙ୍କା ଲୁଟି ନେଇ ପାରନ୍ତି ।
ତେବେ ଏଥିପାଇଁ ଠକାମିରୁ ରକ୍ଷା ପାଇବା ପାଇଁ ଆପଣ ଆପଣଙ୍କ ୱାଇଫାଇ କାର୍ଡକୁ ସାବଧାନତାର ସହିତ ରଖନ୍ତୁ । ସପିଙ୍ଗ କରିବା ସମୟରେ ଅନ୍ୟ କାହା ହାତକୁ ନିଜ କାର୍ଡ ଦିଅନ୍ତୁ ନାହିଁ । ପ୍ରତି ଟ୍ରାନ୍ସାକସନ ସରିବା ମାତ୍ରେ ହିଁ ନିଜ ଫୋନରେ ମନି ଡିଡକସନ ମେସେଜ୍ ଚେକ୍ କରନ୍ତୁ ।
ଏଥି ସହିତ କାର୍ଡକୁ ପକେଟରେ ରଖିବା ସମୟରେ ମଧ୍ୟ ସାବଧାନତାର ସହିତ ରଖନ୍ତୁ । ଆଲୁମିନିୟମ ଫଏଲ କିମ୍ବା ମେଟାଲ କାର୍ଡ ହୋଲଡର ଭିତରେ ଏହି ସବୁ କାର୍ଡକୁ ସୁରକ୍ଷିତ ରଖିପାରିବେ ।