ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆୟକର ବିଭାଗର ଧମକପୂର୍ଣ୍ଣ ନୋଟିସ୍ ରେ ଆପଣ ହଇରାଣ ହୋଇଛନ୍ତି କି? ଯଦି ହଁ ତେବେ ଏନେଇ ଆଉ ଚିନ୍ତିତ ହୁଅନ୍ତୁ ନାହିଁ । କାରଣ କରଦାତ୍ତାଙ୍କୁ ଆୟକର ବିଭାଗ ପକ୍ଷରୁ ଛୁଟ୍ ମିଳିଛି । ଆୟକର ପୈଠ ଭରିବା ସମୟରେ ଯଦି ଆପଣ କୌଣସି ସୂଚନା ଦେବା ପାଇଁ ଭୁଲି ଯାଇଛନ୍ତି । ତାପରେ ବି ବିଭାଗ ପକ୍ଷରୁ କୌଣସି ଅଧିକାରୀ ଆପଣଙ୍କ ସହ ଟାଣୁଆ କଥା ହୋଇପାରିବେ ନାହିଁ । ବରଂ ନରମିକି ସରଳ ସ୍ୱାଭାବରେ ଆପଣଙ୍କ ସହ କଥା ବାର୍ତ୍ତା ହେବେ ।
ମିଡିଆ ରିପୋର୍ଟ ମୁତାବକ, ଆୟକର ବିଭାଗର ଧ୍ୟାନ ଏବେ କର ଆଦାୟ ବଢାଇବା ଉପରେ ରହିବ । ଆଇଟିଆର ଫାଇଲ କରିବା ବେଳେ ହୋଇଥିବା ଗଡବଡି ସ୍ଥିତି ପାଇଁ କରଦାତ୍ତାଙ୍କୁ ମେସେଜ୍ ପଠାଯିବ, ଯେପରି ଟିଡିଏସ ଡିପୋଜିଟ୍ ପାଇଁ ପଠାଯାଏ । ଏହାସହିତ ରିଟର୍ଣ୍ଣ ଫାଇଲ କରିବା ବେଳେ ଯେଉଁଭଳି ବିଭାଗ ପକ୍ଷରୁ ରିମାଇଣ୍ଡର୍ସ ପଠାଯାଇଥାଏ । ଠିକ୍ ସେହିଭଳି ନେଣ ଦେଣ ସହ ଜଡିତ ରିମାଇଣ୍ଡର ପଠାଯାଇପାରେ ।
ପ୍ରକୃତରେ ସରକାରଙ୍କ ପକ୍ଷରୁ ଆୟକର ବିଭାଗକୁ ଆଦେଶ ଜାରି କରାଯାଇଛି କି, ବିଭାଗ ପକ୍ଷରୁ କୌଣସି କରଦାତ୍ତାଙ୍କୁ ଯେପରି ହଇରାଣ କରାନଯାଉ । ଏହାସହିତ କର ଆଦାୟ ପାଇଁ ଲୋକଙ୍କୁ ଜାଗୃତ କରାଯାଉ ଏବଂ ପ୍ରୋତ୍ସହନ ଜରିଆରେ କର ଆଦାୟ କରିବା ପାଇଁ ଚେଷ୍ଟା କରାଯାଉ ।
ଏନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି କି ଯଦି କୌଣସି ବ୍ୟକ୍ତି କର ଦେବାରେ ଗଡବଡି କରୁଛନ୍ତି, ତେବେ ପ୍ରସ୍ତୁତ ହୋଇଥିବା ନିୟମାନୁୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।