ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଆଜି ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିରି ପୁଟିନ । ନୂଆଦିଲ୍ଲୀରେ ଆୟୋଜିତ ଭାରତ -ଋଷ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତକୁ ଦୁଇ ଦିନିଆ ଗସ୍ତରେ ପୁଟିନ ଆସୁଛନ୍ତି । ଏହି ସମ୍ମିଳନୀରେ ଭାରତ ଓ ଋଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ସହ ବିଶେଷକରି ଏସ- ୪୦୦ ମିଶାଇଲ କ୍ରୟ ଉପରେ ଗୁରୁତ୍ୱ ରହିବ ।
ଏହି ଅବସରରେ ଦୁଇ ଦେଶ ମଧ୍ୟରେ ୩୭ ହଜାର କୋଟି ଟଙ୍କାର ପ୍ରତିରକ୍ଷା ଚୁକ୍ତି ହେବାର ସମ୍ଭାବନା ରହିଛି । ତେବେ ଦୁଇ ଦେଶ ଏସ – ୪୦୦ ମିଶାଇଲ ଉପରେ ଧ୍ୟାନ କେନ୍ଦ୍ରିଭୂତ କରିବେ ବୋଲି ଜଣା ପଡିଛି ।ଏସ -୪୦୦ ବହୁ ଶକ୍ତଶାଳି ହୋଇଥିବାରୁ ଏହା ଶତ୍ରୃ ଦେଶର ମିଶାଇଲକୁ ମାତ ଦେବାରେ ଧୁରନ୍ଦର ବୋଲି ମନାଯାଏ । ଏହାକୁ ମୁଖ୍ୟତଃ ଭାରତର ପଡୋଶୀ ପାକିସ୍ତାନ ଓ ଚୀନ ପାଇଁ ସତର୍କ ଘଣ୍ଟି ବୋଲି କୁହାଯାଇଛି ।
ତେବେ ପୂର୍ବରୁ ଚୀନ ପାଖରେ ଏସ -୪୦୦ ମିଶାଇଲ ଥିବା ବେଳେ ଭାରତ ଦ୍ୱିତୀୟ ଦେଶ ହେବାକୁ ଯାଉଛି ଯେ କି ଏସ – ୪୦୦ ମିଶାଇଲ ରଖିବାକୁ ଯାଉଛି । ତେବେ ଆମେରିକାର କଡା ତାଗିଦ ପରେ ବି ଭାରତ ତାର ବନ୍ଧୁ ଦେଶ ଋଷ ଠାରୁ ଏସ -୪୦୦ ମିଶାଇଲ ଚୁକ୍ତି କରିବାକୁ ଯାଉଛି । ଆମେରିକା ଏସ – ୪୦୦ ଚୁକ୍ତି ଉପରେ ପ୍ରତିବନ୍ଧକ ଲଗାଇଥିଲେ ହେଁ ଦୁଇ ଦେଶ ମଧ୍ୟରେ ଆଜି ଏହି ଚୁକ୍ତି ହେବାକୁ ଯାଉଛି ।