ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା କାଳ ମଧ୍ୟରେ ଭାରତୀୟ ରେଲୱେ ଗୋଟେ ପରେ ଗୋଟେ ରେକର୍ଡ କରି ଚାଲିଛି । ସେହିଅନୁଯାୟୀ ଏବେ ପୁଣି ରେଲୱେ ଦିଲ୍ଲୀର କିଶନଗଞ୍ଜରୁ ତ୍ରିପୁରାର ଜିରାନିୟୋ ପାଇଁ ପ୍ରଥମ ବ୍ୟାପାରମାଲା ଏକ୍ସପ୍ରେସ ଚଲେଇଛି । ମାଲ ପରିବହନର ଏହି ଟ୍ରେନ୍ ୬୮ ଘଣ୍ଟା ମଧ୍ୟରେ ୨୩୬୦ କି.ମି ଦୂରତା ଅତିକ୍ରମ କରିଛି ।
ବ୍ୟାପାର ମାଲା ଏକ୍ସପ୍ରେସର ଏହି ସଫଳ ଟ୍ରାୟଲ ରନ୍ ଦ୍ୱାରା ଏବେ ଆଶା ଦୃଢ ହୋଇଯାଇଛି । ଯାହାଫଳରେ ପୂର୍ବତର ରାଜ୍ୟ ପର୍ଯ୍ୟନ୍ତ ମାଲ ପରିବହନ କରିବା ସହଜ ହୋଇଯିବ ।
ଦେଶର ଯେକୌଣସି ଅଞ୍ଚଳରୁ ପୂର୍ବୋତର ରାଜ୍ୟରେ ଜିନିଷ ପଠାଇବା ଏକ ବଡ ଚ୍ୟାଲେଞ୍ଜ ଥିଲା । ସଡକ ପଥରେ ଦିଲ୍ଲୀରୁ ତ୍ରିପୁରାକୁ ଜିନିଷ ପଠାଇବା ପାଇଁ ୧୦ ରୁ ୧୫ ଦିନ ଲାଗୁଥିଲା । କିନ୍ତୁ କରୋନା ସଙ୍କଟ ମଧ୍ୟରେ ଭାରତୀୟ ରେଲୱେ ଏକ ନୂତନ ରେକର୍ଡ ସୃଷ୍ଟି କରିଛି ।